ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନ୍ ଏବେ ଭାରତରେ ଦେଖାଯାଇଛି । ବ୍ରିଟେନରୁ ଫେରିଥିବା ୬ ଜଣଙ୍କ ପାଖରେ ଏହି ନୂଆ ଭୂତାଣୁ ଦେଖାଦେଇଛି । ତେବେ ଏ ନେଇ ସୂଚନା ଦେଇଛି ଭାରତରେ ଚିହ୍ନଟ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ । ସୂଚନା ଅନୁସାରେ ବାଙ୍ଗାଲୋର ଲ୍ୟାବରୁ ୩ ଜଣଙ୍କ ନମୁନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ହାଇଦ୍ରାବାଦରୁ ୨ ଓ ପୁନେ ସ୍ଥିତ ଲ୍ୟାବରୁ ଜଣେ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କୁ ସରକାରୀ ସଂଗରୋଧ ଗୃହରେ ରଖାଯାଇଛି ।
ଏହାବ୍ୟତୀତ ସେମାନଙ୍କ ପରିବାର ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି କ୍ୱାରେଣ୍ଟାଇନରେ ରଖାଯାଇଛି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ୨୫ ନଭେମ୍ବରରୁ ୨୩ ଡିସେମ୍ବର ମଧ୍ୟରେ ବ୍ରିଟେନରୁ ପାଖାପାଖି ୩୩ ହଜାର ଯାତ୍ରୀ ଭାରତ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୧୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
#IndiaFightsCorona#Unite2FightCorona
Indian SARS-CoV-2 Genomics Consortium (INSACOG) Labs release initial results of Genome sequencing of mutant variant of SARS-CoV-2.https://t.co/J4dOmi85Bs@PMOIndia @drharshvardhan @AshwiniKChoubey @PIB_India @DDNewslive @mygovindia
— Ministry of Health (@MoHFW_INDIA) December 29, 2020
;