SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ବଲିଉଡର ଭେଟନାର ଆକ୍ଟର ହେଉଛନ୍ତି ଶତ୍ରୁଘ୍ନ ସିହ୍ନା । ଯାହାକୁ ନେଇ ଗତ କିଛି ଦିନ ହେବ ଲାଗି ରହିଛି ଚର୍ଚ୍ଚା । ତେବେ ସେ ତାଙ୍କ ଝିଅ ସୋନାକ୍ଷୀଙ୍କ ବିବାହଘର କିଛି ଦିନ ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।ଯାହାକୁ ଜାଣିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତା ପ୍ରକଟ କରବା ସହ ତାଙ୍କର ଆଶୁ ଆରୋଗ୍ୟ କାମାନା କରିଛନ୍ତି । ତେବେ ହଠାତ୍ କାହିଁକି ଅଭିନେତା ଶତ୍ରୁଘ୍ନ ସିହ୍ନା ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଥିଲା ତାର ପ୍ରକୃତ କାରଣ ଏବେ ଜଣା ପଡିଛି । ପୁଅ ଲଭ୍ ବାପାଙ୍କ ସ୍ୱାସ୍ଥ୍ୟଅବସ୍ଥା ନେଇ ମୁହଁ ଖୋଲିଛନ୍ତି । ଏଥିସହିତ ବାପାଙ୍କ ଦେହ ଖରାପର କାରଣ ଜଣାଇଛନ୍ତି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନା ଜୁନ୍ ୨୫ ତାରିଖରେ ତାଙ୍କ ଡାଇନିଂ ହଲରେ ଖସିପଡିଥିଲେ ଏବଂ ତାଙ୍କ ପଞ୍ଜରା ହାଡ଼ରେ ଆଘାତ ଲାଗିଥିଲା। ଔଷଧ ଦ୍ବାରା ଯନ୍ତ୍ରଣା ନକମିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଶତ୍ରୁଘ୍ନ ସିହ୍ନା କୋବିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ଭେଟିବାକୁ ଝିଅ ସୋନାକ୍ଷୀ ଏବଂ ଜ୍ୱାଇଁ ଇକବାଲ୍ ଭେଟିବକୁ ଯାଇଥିଲେ । ଯାହାକୁ ନେଇ ସୋନାକ୍ଷୀ ଗର୍ଭବତୀ ଥିବା ଚର୍ଚ୍ଚା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଶତ୍ରୁଘ୍ନ ସିହ୍ନାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅପଡେଟ୍ ତାଙ୍କ ପୁଅ ଲବ ସିହ୍ନା ଦେଇଛନ୍ତି।
ଲବ କହିଛନ୍ତି ଯେ ବରିଷ୍ଠ ଅଭିନେତା କିଛି ଦିନ ଧରି ଜ୍ୱର ଏବଂ ଦୁର୍ବଳତାର ଶିକାର ହୋଇଥିଲେ। ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ କହିବା ମୁତାବକ, ‘ମୋ ବାପାଙ୍କର ଜ୍ୱର ଅଧିକ ଥିଲା ଏବଂ ଏଥିପାଇଁ ତାଙ୍କୁ ଡାକ୍ତରଖାନା ନେବାକୁ ସ୍ଥିର କଲୁ ଯାହା ଦ୍ବାରା ସେ ସୁସ୍ଥ ହୋଇପାରିବେ।’