SunStarTV
ଆଜିଠୁ ବଦଳିଲା ସିମ୍ କାର୍ଡ ନିୟମ। ଆଉ ସହଜ ହେବନି ସିମ୍ କାର୍ଡ ପରିବର୍ତ୍ତନ। ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ଲାଗୁ ହୋଇଛି TRAIର ନୂଆ ନିୟମ।
TRAI ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଟେଲିକମ୍ ମୋବାଇଲ୍ ନମ୍ବର ପୋର୍ଟେବିଲିଟି (ନବମ ସଂଶୋଧନ) ନିୟମାବଳୀ ଜାରି କରିଛି।
ବାସ୍ତବରେ, ମୋବାଇଲ୍ ନମ୍ବର ପୋର୍ଟେବିଲିଟି ନିୟମର ପରିବର୍ତ୍ତନ ସିମ୍ ସ୍ୱାପ୍ ଏବଂ ରିପ୍ଲେସମେଣ୍ଟ ସହିତ ଜଡିତ ଠକେଇକୁ ଦୂର କରିବା ପାଇଁ କରାଯାଇଛି ।
TRAI ଅନୁଯାୟୀ, ସିମ୍ ସ୍ୱାପ୍ କିମ୍ବା ରିପ୍ଲେସମେଣ୍ଟ ଅର୍ଥ ହେଉଛି ଏକ ପ୍ରକ୍ରିୟା ଯେଉଁଥିରେ ପୁରୁଣା ସିମ୍ ହଜିଯିବା କିମ୍ବା କାମ ନକରିବା ହେତୁ ଏକ ନୂତନ ସିମ୍ କିଣାଯାଏ। ପୁରୁଣା ସିମ୍ ସହିତ ସମାନ ନମ୍ବରରେ ଏହି ସିମ୍ ପୁରୁଣା ଗ୍ରାହକଙ୍କୁ ଦିଆଯାଏ ।
ଟ୍ରାଇର ନିଷ୍ପତ୍ତି ଅନୁସାରେ ଏବେ ଆଉ ସମାନ ନମ୍ବର ଥାଇ ସେବା ପ୍ରଦାନକାରୀ କମ୍ପାନୀ ବଦଳାଇବା ସହଜ ହେବନି । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ପ୍ରମାଣପତ୍ର, ଓଟିପି ଦେବାକୁ ପଡ଼ିବ। ଏହା ପରେ ଏହାର ଭେରିଫିକେସନ ପାଇଁ ବି ଅପେକ୍ଷା କରିବାକୁ ପଡ଼ିବ।
ଭେରିଫିକେସନ ପରେ ହିଁ ଆପଣଙ୍କୁ ପୁରୁଣା ନମ୍ବରରେ ନୂଆ କମ୍ପାନୀର ସିମ୍ ଉପଲବ୍ଧ ହେବ। ଏଥିପାଇଁ ସାତ ଦିନର ସମୟ ଲାଗିବ। ପୂର୍ବରୁ ଜଣେ ୟୁଜର୍ସଙ୍କୁ ପୁରୁଣା ନମ୍ବର ରଖି ନୂଆ ସିମ୍ ନେବାକୁ MNP କରିବାକୁ ହେଲେ ସାମାନ୍ୟ ପ୍ରକ୍ରିୟାର ସାମ୍ନା କରିବାକୁ ପଡ଼ୁଥିଲା।
ଆସନ୍ତୁ ଆପଣଙ୍କୁ କହିବା, ମୋବାଇଲ୍ ନମ୍ବର ପୋର୍ଟେବିଲିଟି ପ୍ରକ୍ରିୟା ବିଷୟରେ ଟେଲିକମ୍ ମୋବାଇଲ୍ ନମ୍ବର ପୋର୍ଟେବିଲିଟି ରେଗୁଲେସନ୍ ରେ ପରିବର୍ତ୍ତନ ଆସିଛି । ଏପର୍ଯ୍ୟନ୍ତ ୮ ଥର ସଂଶୋଧନ କରାଯାଇଛି ।ବର୍ତ୍ତମାନ ଏହା ହେଉଛି ନବମ ସଂଶୋଧନ ।
ନୂଆ ନିୟମ ଅନୁସାରେ କିନ୍ତୁ ତାହା ଏତେଟା ସହଜ ହେବନି। ତେବେ ସିମ୍ ଫ୍ରଡ୍, ଜାଲିଆତି, ୟୁଜର୍ସଙ୍କ ଡାଟା ସୁରକ୍ଷା ପାଇଁ ହିଁ ଏହି ନୂଆ ନିୟମ ଆପଣାଉଥିବା ଟ୍ରାଇ ଦାବି କରୁଛି।