Sunstar TV :
ବ୍ୟାଟିଂ ବଳରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଷ୍ଟାଡିୟମରେ ଛକା ଚୌକାର ବର୍ଷା କରିଥିଲେ ହିଟ ମ୍ୟାନ୍ । ଯାହାର ଭରପୁର ମଜା ଉଠାଇଥିଲେ ଉପସ୍ଥିତ ଦର୍ଶକ । 41ଟି ବଲରୁ 7 ଚୌକା ଓ 8 ଛକା ସହିତ 92 ରନ କରିବା ପରେ ଏକାଧିକ ରେକର୍ଡ କରିଛନ୍ତି ରୋହିତ ।
ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ରୁତ ତମ ଅର୍ଦ୍ଧଶତକ ହାସଲ କରିବା ସହ ଅନ୍ତର୍ଜାତୀୟ କ୍ରିକେଟରେ 19 ହଜାର ରନ୍ ସେ ପୂରଣ କରିଛନ୍ତି । ସେହିପରି ବିଶ୍ବର ପ୍ରଥମ ଖେଳାଳି ଭାବେ ସେ ଟି-20ରେ ସର୍ବାଧିକ ଛକା ମାରିବାରେ ପ୍ରଥମ ସ୍ଥାନରେ ରହିଛନ୍ତି ।
ଟି-20 ବିଶ୍ବକପରେ ରୋହିତ ତୃତୀୟ ଭାରତୀୟ ଖେଳାଳି ଭାବେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ଗତକାଲି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ 19ଟି ବଲରୁ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ଯୁବରାଜ ସିଂ । ସେ 2009 ଟି-20 ବିଶ୍ବକପରେ ଇଲଂଣ୍ଡ ବିପକ୍ଷରେ 12 ବଲରେ ଅର୍ଦ୍ଧଶତକ କରିଥିଲେ । 2021 ଏହି ଟୁର୍ଣ୍ଣାମେଣ୍ଟରେ 18 ବଲରୁ ଅର୍ଦ୍ଧଶତକ ହାସଲ କରି ତୃତୀୟ ସ୍ଥାନରେ ରହିଛନ୍ତି କେଏଲ ରାହୁଲ ।
2010 ଟୁର୍ଣ୍ଣାମେଣ୍ଟରେ କ୍ରିସ ଗେଲ ଭାର ବିପକ୍ଷ ମ୍ୟାଚରେ ଅଧିନାୟକ ଭାବେ 98 ରନ୍ କରି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ରୋହିତ ଗତକାଲି କଙ୍ଗାରୁ ଦଳ ବିପକ୍ଷରେ 92 ରନ କରି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ।
ସେହିପରି 2009ରେ କ୍ରିସ ଗେଲ 88 ରନ କରିଥିଲେ । ଟି-20 ବିଶ୍ବକପ ଇତିହାସରେ ରୋହିତ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି । 157ଟି ମ୍ୟାଚ ଖେଳି 203 ଛକା ମାରିଛନ୍ତି । ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ମାରଟିନ ଗପଟିଲ । ସେ 122ଟି ମ୍ୟାଚ ଖେଳି 173 ଛକା ମାରିଛନ୍ତି । ବଟଲର 123 ମ୍ୟାଚରୁ 137 ଛକା ମାରି ତୃତୀୟ ସ୍ଥାନରେ ରହିଛନ୍ତି ।