SunstarTV
ପୁରୀ ରଥଯାତ୍ରାରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଆଗାମୀ ଜୁଲାଇ ୬ ତାରିଖରେ ଓଡ଼ିଶା ଆସିବେ ବୋଲି ଜଣାଯାଇଛି। ସେ ୭ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବେ। ତେବେ ଏହା ନେଇ ରାଷ୍ଟ୍ରପତି ଭବନରୁ କୌଣସି ବିଧିବଦ୍ଧ ସୂଚନା ଆସିନାହିଁ । ଏହାପରେ ସେ ଜୁଲାଇ ୬ରୁ ୯ ତାରିଖ ମଧ୍ୟରେ ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ଏବେଠାରୁ ଆରମ୍ଭ ପ୍ରସ୍ତୁତି ହୋଇଛି। ଏଥି ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୯ ତାରିଖରେ ନାଇଜରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ ଆସନ୍ତା ୭ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା। ତେଣୁ ଏ ଦୃଷ୍ଟିରୁ ଏବର୍ଷର ରଥଯାତ୍ରା ଖୁବ ଖାସ ହେବାକୁ ଯାଉଛି।