ଗତ କିଛି ଦିନ ହେବ ବଲିଉଡ ଜଗତ ଠାରୁ ଆରମ୍ଭ କରି କ୍ରିକେଟ ଜଗତ ସବୁକୁ ନଇ ହେଉଛି ଚର୍ଚ୍ଚା । କେତେବେଳେ କାହାର ଲଭ ଲାଇଫକୁ ନେଇ ଆଲୋଚନା ହେଉଛି ତ ଆଉ କେତେବେଳେ କାହାର ବିବାହ ଖବର ଭାଇରାଲ ହେଉଛି । ତେବେ ଏହିଭଳି ଖବର ପୂର୍ବରୁ ଅନେକ ଥର ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ସୋନାକ୍ଷୀଙ୍କୁ ନେଇ ଚର୍ଚ୍ଚା ହେଉଛି ।
ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ଜୁନ ୨୩ରେ ବିବାହ କରିଛନ୍ତି । ସେ ତାଙ୍କର ଦୀର୍ଘ ବର୍ଷର ପ୍ରେମିକ ଜହିର ଇକବାଲଙ୍କ ହାତ ଧରିଛନ୍ତି । ତାଙ୍କ ବିବାହରେ ପରିବାର ବନ୍ଦୁବାନ୍ଧବ ସାମିଲ ଥିବା ବେଳେ ସୋନାକ୍ଷୀଙ୍କ ଭାଇ ଲବ କୁଶଙ୍କୁ ନେଇ ଚର୍ଚ୍ଚା ହେଉଛି । ସୋନାକ୍ଷୀ ୨୩ ତାରିଖ ଦିନରେ କୋର୍ଟ ମ୍ୟାରେଜ କରିଥିଲେ । ଯେଉଁଥିରେ କେବଳ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହା ପରେ ରାତିରେ ନିଜର ବଲିଉଡ ସାଙ୍ଗମାନଙ୍କ ପାଇଁ ସେ ବଡ଼ ବିବାହ ଭୋଜିର ଆୟୋଜନ କରିଥିଲେ
ବିବାହରେ ପରିବାର ଲୋକ ଖୁସି ନଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ବାପା ଶତ୍ରୁଘ୍ନ ସିହ୍ନା ଓ ମା’ ବିବାହରେ ଯୋଗ ଦେବାରୁ ଚର୍ଚ୍ଚା ଥମି ଥିଲା। ହେଲେ ୨ଭାଇ ବିବାହ ଓ ଭୋଜିକୁ ନଆସିବାରୁ ସେମାନଙ୍କ ଅନୁପସ୍ଥିତିର କାରଣ ଜାଣିବା ପାଇଁ ଏବେ ଲୋକଙ୍କ ଉତ୍ସାହ ବଢ଼ିଛି। ଏମଧ୍ୟରେ ସୋନାକ୍ଷୀଙ୍କ ଭାଇ ଲବଙ୍କୁ ବିବାହକୁ ନଯିବାର କାରଣ ପଚରାଯିବାରୁ ସେ କାରଣ ଜଣାଇନାହାନ୍ତି। ସେ କେବଳ ଏତିକି କହିଛନ୍ତି ଯେ, “ଦୟାକରି ମୋତେ ଦିନେ କିମ୍ବା ଦୁଇ ଦିନ ସମୟ ଦିଅ। ଏହା ପରେ ମୋର ଇଚ୍ଛା ହେଲେ ମୁଁ ତୁମର ସବୁ ପ୍ରଶ୍ନର ଉତ୍ତର ଦେବି। ପଚାରିଥିବାରୁ ଧନ୍ୟବାଦ।” ତେବେ ଲବ ହେଉଥିବା ଚର୍ଚ୍ଚାକୁ ଅସ୍ବୀକାର କରିନଥିବାରୁ ବିବାହକୁ ନଆସିବାର କାରଣ କ’ଣ ଜାଣିବା ପାଇଁ ଏବେ ସୋସିଆଲ ମିଡିଆରେ ଆହୁରି ଅଧିକ ଚର୍ଚ୍ଚା ଚାଲିଛି।