SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ନିର୍ବାଚନ ସରିବା ପରଠାରୁ ହୁହୁ ହୋଇ ବଢିବାର ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ । ଡାଲି , ଚାଉଳ , ତେଲ ଠାରୁ ଆରମ୍ଭ କରି ପନିପରିବା ସବୁ କିଛିର ଦରଦାମ ଏବେ ଆକାଶ ଛୁଆଁ ହୋଇଛି । ପରିବା କୋଲିପ୍ରତି ଦାମ ୧୦୦ ଅତିକ୍ରମ କରିବାକୁ ବସିଲାଣି ,ଯାହାକୁ ନେଇ ବର୍ତ୍ତମାନ ଚିନ୍ତାରେ ଖାଉଟି । କେବଳ ଯେ ଖାଉଟି ତାହା ନୁହେଁ ବ୍ୟବସାୟୀଙ୍କ ଠାରୁ ଆରମ୍ଭ ହୋଟେଲ ମାଲିକ ସମସ୍ତେ ପରିବା ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । କେଉଁଠି ଆଳୁ କୋଲି ପ୍ରତି ଦାମ୍ ୩୫ରୁ ୪୦ ଟଙ୍କା ରହିଥିବା ବେଳେ ପିଆଜ ଦର ମଧ୍ୟ ହାପ୍ ସେଞ୍ଚୁରୀ ମାରିଛି । ପନିପରିବାର ଏପରି ଦରବୃଦ୍ଧି ଲୋକଙ୍କ ହୋସ ଉଡାଉଛି । ଭୁବନେଶ୍ୱରର ପରିବା ମାର୍କେଟେରେ ପ୍ରାୟ ପରିବାର ଦର ୭୦ ରୁ ୧୦୦ ଟଙ୍କା ରହିଥିବା ଜଣା ପଡିଛି । ଏଭଳି ସ୍ଥିତିରେ କଣ ଖାଇବେ କଣ ଖାଇବେନି ଜାଣିପାରୁନାହାନ୍ତି ସାଧାରଣ ଜନତା । ଯାହାକୁ ହାତ ମାରୁଛନ୍ତି କରେଣ୍ଟ ଭଳି ଲାଗୁଛି । ତେବେ ଦରଦାମ ନିୟନ୍ତ୍ରଣ କରିବାକୁ ସରକାର ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତିସାଧାରଣ ଲୋକେ ।
ପରିବା ଦାମକୁ ନେଇ କେବଳ ଯେ ସାଧରଣ ଜନତା ଚିନ୍ତାରେ ଅଛନ୍ତି ତାହା ନୁହେଁ । ବ୍ୟବସାୟୀ ମଧ୍ୟ ପରିବା ବୃଦ୍ଧିକୁ ନେଇ ଚନ୍ତା ପ୍ରକଟ କରଛନ୍ତି । ଏହି ଦରବୃଦ୍ଧି କାରଣରୁ ପରିବା ଅଧିକ ମାତ୍ରାରେର ବଜାରକୁ ଆସିପାରୁ ନଥିବା ବେଳେ ବେପାର ମଧ୍ୟ ମାନ୍ଦା ରହୁଛି । ପରିବା ରେଟ୍ ଶୁଣି ଖାଉଟି ବଜାରକୁ ମଧ୍ୟ ଆସୁ ନଥିବା କହିଛନ୍ତି ବ୍ୟବସାୟୀ । ସେମାନଙ୍କ କହିବା କଥା ଅଧିକାଂଶ ପରିବା ଅନ୍ୟ ରାଜ୍ୟରୁ ଆସୁଛି । ଫଳରେ ସେହି ଅନୁସାରେ ବିକ୍ରୀ ହେଉଛି । ଏଥିସହିତ ଲଗାଣ ବର୍ଷା କାରଣରୁ ଏପରି ଦର ବୃଦ୍ଧି ହୋଇଥିବା କହିଛନ୍ତି ବ୍ୟବସାୟୀ ।
ତେବେ ଆଜିର ଯଦି ବଜାର ଦର ଦେଖିବା ତେହାଲେ ସବୁକିଛି ପରିବା ଆକାଶ ଛୁଆଁ ରହିଛି । ଭେଣ୍ଡି କିଲୋ ପ୍ରତି ୮୦ ଟଙ୍କା ରହିଥିବା ବଳେ ପୋଟଳ ୬୦ ବଇଗଣ ୫୦ ରୁ ୬୦ ଟଙ୍କା ରହିଛିି । ସେହିପରି ଝୁଡଙ୍ଗ, କଲରା, ଟମାଟୋ କାକୁଡି ଦର କଥା ନ କହିବା ଭଲ । ଫୁଲ କୋବି ଗୋଟା 80, ବନ୍ଧା କୋବି 40 , ମାଟି ଆଳୁ କେଜି 40, ଜହ୍ନି ୮୦ ଟଙ୍କା ରହିଛି । ଗାଜର 30, ବିଟ 30 ଏବଂ ଏମିତିକି କଞ୍ଚା ଲଙ୍କା କେଜି 100 ଟଙ୍କାରେ ବିକ୍ରୀ ହେଉଛି। ସ୍ଥିତି ଏପରି ହୋଇଛି ଯେ କାହାକୁ ନେବେ କାହାକୁ ନେବେନି ଦ୍ଵନ୍ଦ୍ବରେ ଗ୍ରାହକ। କିଛି ଗ୍ରାହକ କହିଛନ୍ତି ନିର୍ବାଚନ ପରେ ଅତ୍ୟାବଶ୍ୟକ ସାମଗ୍ରୀ ର ଦରବୃଦ୍ଧି ପକେଟ କୁ ବେଶ ବାଧୁଛି ଓ ସରକାର ଏହାକୁ ନିୟନ୍ତ୍ରଣ କରନ୍ତୁ। ଅତ୍ୟାବଶ୍ୟକ ସାମଗ୍ରୀ, ପନିପରିବା ଦର ଅକାଶଛୁଆଁ ହୋଇଥିବାରୁ ସାଧାରଣ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଶେଷ କରି ଗରିବ ଓ ମଧ୍ୟବିତ୍ତ ଙ୍କ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି।