SunstarTV
ଅଷ୍ଟାଦଶ ଲୋକସଭାର ବାଚସ୍ପତି ଭାବେ ଏନଡିଏ ପୁଣି ଥରେ ଓମ ବିର୍ଲାଙ୍କ ନାମରେ ମୋହର ମାରିଛି । କିଛି ସମୟ ପରେ ସେ ନାମାଙ୍କନ ଭରିବେ । ସର୍ବସମ୍ମତି କ୍ରମେ ଲୋକ ସଭା ବାଚସ୍ପତି ଚୟନ କରାଯିବ। ଆଜି ଏନଡିଏ ବାଚସ୍ପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦିନ ୧୨ ସୁଦ୍ଧା ବାଚସ୍ପତି ପାଇଁ ନାମାଙ୍କନ ପତ୍ର ଦାଖଲ ହେବ। ପୁଣି ଥରେ ଓମ୍ ବିର୍ଲା ଲୋକ ସଭାର ବାଚସ୍ପତି ହେବେ ବୋଲି ଆଶା କରାଯାଉଛି।
ଓମ ବିର୍ଲାଙ୍କୁ ଟିଡିପି ସମର୍ଥନ ସହ ତାଙ୍କର ନାମ ଏନଡିଏ ସୁପାରିଶ କରିଛି। ତେବେ ବାଚସ୍ପତି ଚର୍ଚ୍ଚା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମ ବିର୍ଲା ଭେଟିଥିବା ଖବର ସାମ୍ନାକୁ ଆସିଥିଲା। ଯାହା ପରେ ସେ ପୁଣି ବାଚସ୍ପତି ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଥିଲେ। ସୂଚନାମୁତାବକ ବୁଧବାର ନୂଆ ଲୋକ ସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।