SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଶାନ୍ତିରେ ଶୋଇବାକୁ ପସନ୍ଦ କରନ୍ତି । ଯାହା ଦ୍ୱାରା ଶରୀର ସୁସ୍ଥ ରହିବା ସହ ସହିତ ମନ ମଧ୍ୟ ଶାନ୍ତ ରହିଥାଏ । ରାତିରେ ଶୋଇବା ସମୟରେ ସମସ୍ତେ ଶାନ୍ତ ଏବଂ ଅନ୍ଧାରରେ ଶୋଇବାକୁ ପସନ୍ଦ କରନ୍ତି । କିନ୍ତୁ ଏପରି ବି କିଛି ଲୋକ ଅଛନ୍ତି ଯେଉଁମାନେ ରାତିରେ ଶୋଇବା ସମୟରେ ଲାଇଟ୍ ଲଗାଇ ଶୋଇବକୁ ପସନ୍ଦ କରନ୍ତି । ଯାହାକି ସେମାନଙ୍କର ଅଭ୍ୟାସ ହୋଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଲାଇଟ୍ ଲଗାଇ ଶୋଇବା ଦ୍ୱାରା ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଲାଇଟ୍ ଲଗାଇ ଶୋଇବା ଦ୍ୱାରା କେଉଁ ସବୁ ସମସ୍ୟା ଦେଖାଦେଇଥାଏ ।
ଡିପ୍ରେସନ: ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଯଦି ଆପଣ ଅଧିକ ସମୟ ଧରି ଲାଇଟ୍ ଲଗାଇ ଶୋଉଛନ୍ତି ତେବେ ଆପଣ ଡିପ୍ରେସନର ଶିକାର ହୋଇପାରନ୍ତି । କାରଣ ଆଲୋକର ରଶ୍ମୀ ଆପଣଙ୍କ ନିଦ ଖରାପ କରିଥାଏ । ଯାହାର ପ୍ରଭାବ ଆପଣଙ୍କ ମେଣ୍ଟାଲ ହେଲ୍ଥକୁ ଖରାପ କରିଥାଏ । ଫଳରେ ଆପଣ ଡିପ୍ରେସନର ଶିକାର ହୋଇ ପାରନ୍ତି ।
ରାଗ ଏବଂ ଥକାପଣ: ଲାଇଟ ଲଗାଇ ଶୋଇବା ଦ୍ୱାରା ଭଳ ଭାବରେ ନିଦ ହୋଉଇ ନଥାଏ । ଫଳରେ ଏହି କାରଣରୁ ଆମକୁ ରାଗ ଏବଂ ଥକାପଣ ଅନୁଭୁତ ହୋଇଥାଏ । ଯାହାର ପ୍ରଭାବ ଆମ କାମ ଉପରେ ପଡିଥାଏ ।
ମୋଟାପଣ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ଯଦି ଆପଣ ରାତିରେ ଲାଇଟ୍ ଲଗାଇ ଶୋଉଛନ୍ତି ତେବେ ଆପଣ ମୋଟାପଣର ଶିକାର ହୋଇପାରନ୍ତି । ଏପରି ଏଥିପାଇଁ ହୋଇଥାଏ ଲାଇଟ୍ ଲଗାଇ ଶୋଇବା ଦ୍ୱାରା ବାରମ୍ଭର ବାରମ୍ଭାର ନିଦ ଭାଙ୍ଗିଥାଏ ଏବଂ ଭୋକ ମଧ୍ୟ ଲାଗିଥାଏ । ଯାହାର ପରିଣାମ ସ୍ୱରୂପ ମୋଟାପଣ ବଢିଥାଏ ।