SunstarTV
ଆଜିଠୁ ଆରମ୍ଭ ହୋଇଛି ଲୋକସଭାର ସ୍ୱତନ୍ତ୍ର ଅଧିବେଶନ। ଲୋକସଭାର କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବ ଶପଥ ନେବା ପରେ ସାଂସଦ ମାନେ ଶପଥ ନେଉଛନ୍ତି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦ ଭାବେ ଶପଥ ନେଇଛନ୍ତି। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଛନ୍ତି।
ଶପଥ ନେବେ ପୂର୍ବରୁ ଆଜି ମିଡିଆକୁ ସମ୍ବୋଧନ ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ପାଳିରେ ଏନଡିଏ ସରକାର ୩ ଗୁଣା ଅଧିକ ପରିଶ୍ରମ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
ଏହା ସହ ସେ କହିଛନ୍ତି ଯେ, ‘ଆମକୁ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ହେବ। ଦେଶ ଚଳାଇବା ପାଇଁ ସହମତି ନିହାତି ଜରୁରୀ। ଚଳିତ ଥର ୩ ଗୁଣା ଅଧିକ ପରିଶ୍ରମ କରିବୁ।’
ସୂଚନା ମୁତାବକ ପ୍ରଧାନମନ୍ତ୍ରୀଙ୍କ ପରେ ଅନ୍ୟ ନବନିର୍ବାଚିତ ସାଂସଦ ମାନେ ଶପଥ ନେଉଛନ୍ତି । ଏହା ଭିତରେ ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡକରୀ ଶପଥ ନେଇଛନ୍ତି ।