SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଉ ୨ ଦିନ ପରେ ଗରମରୁ ମିଳିବ ଅଶ୍ୱସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ହେବ ପ୍ରବଳ ବର୍ଷା । ଏହାକୁ ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ତେବେ ଆସନ୍ତା ୨୫ ତାରିଖରୁ ରାଜ୍ୟର ସମସ୍ତ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ମୌସୁମୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଭଲ ବର୍ଷା ହେବ ବୋଲି ଆକଳନ ମଧ୍ୟ କରାଯାଉଛି । ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ମୌସୁମୀକୁ ଅଧିକ ସକ୍ରୀୟ କରୁଛି । ଫଳରେ ୨ରୁ ୩ ଦିନ ହେବ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇବା ସହ ବର୍ଷା ହେଉଥିବା ମଧ୍ୟ ସୂଚନା ରହିଛି ।
ପାଣିପଗ ବିଭାଗ ପୂର୍ବ ଅନୁମାନ କରିଛି ଯେ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ବିକ୍ଷିପ୍ତ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ହୋଇପାରେ । ଏଥିସହିତ ଆସନ୍ତା ୨୫ ତାରିଖରୁ ଏହି ବର୍ଷାର ପରିମାଣ ବଢିବାର ଆଶଙ୍କା କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ତେବେ ୨୫ ତାରିଖରରେ ରାଜ୍ୟର ବାଲେଶ୍ୱର , ଭଦ୍ରକ, ଯାଜରୁର ,କେନ୍ଦ୍ରାପଡା କଟକ. ଜଗତସିହଂ, ପୁରି,ଖୋର୍ଦ୍ଧା , ନୟାଗଡ ଗଞ୍ଜାମ କନ୍ଧମାଳ , ଆଦି ସ୍ଥନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ୨୬ ତାରିଖରେ ଗଜପତି, ଗଞ୍ଜାମ କନ୍ଧମାଳ ଆଦି ସ୍ଥାନରେ ହେବ ବଡ ଧରଣର ବର୍ଷା ।
ତେବେ ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ନିଅଣ୍ଟିଆ ବର୍ଷା ପାଇଁ ଏଭଳି ସ୍ଥିତି ଲାଗି ରହିବ ବୋଲି ଜଣାପଡିଛି । ତେବେ ଆସନ୍ତା ୧୦ ଦିନ ଭିତରେ ହାରାହାରି ୫୧ ମିମି ବର୍ଷା ହେବ ବୋଲି ପୂର୍ବ ଅନୁମାନ କରାଯାଇଛି । ଅନ୍ୟପକ୍ଷେ ମୌସୁମୀ ପ୍ରଭାବରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ପବନ ହଇଛି । ଫୁଲବାଣୀରେ ସର୍ବାଧିକ ୫୧ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡାରେ ସର୍ବନିମ୍ନ ୧୨.୨ ମିମି ବର୍ଷା ହୋଇଛି । ରାଜ୍ୟରେ ମୌସୁମୀ ବାୟୁ ସକ୍ରୀୟ ରହିଥିଲେ ମଧ୍ୟ ଏଯାବତ୍ ଗରମ ଓ ଗୁଳୁଗୁଳିରୁ ମିଳୁନି ତ୍ରାହି । ରାଜ୍ୟର ଅନେକ ସ୍ଥାନରେ ଆଜିବି ଗରମ ଏବଂ ଗୁଳୁଗୁଳି ଅନୁଭୂତ ହୋଉଛି । ଏଥିସହିତ ଆଜି ଭୁବନେଶ୍ୱରର ତାପାମାତ୍ରା ୩୨ ଡିଗ୍ରୀ ରହିଛି ।