SunstarTV
ରାଜ୍ୟରେ ବିଜେଡି ସରକାରରେ ବିଭିନ୍ନ ସରକାରୀ ଉଦ୍ୟୋଗ (ନିଗମ)ରେ ନିଯୁକ୍ତି ପାଇଥିବା ପ୍ରାୟ ୩୦ରୁ ଅଧିକ ଅଧ୍ୟକ୍ଷ ଙ୍କୁ ଆଜି ସେମାନଙ୍କ ଦାୟିତ୍ୱରୁ ହଟାଇ ଦିଆଯାଇଛି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଗତକାଲି ବିଜେଡି ସରକାରର ବିଭିନ୍ନ ବିଭାଗ ଓ ଯୋଜନାର ସମସ୍ତ ଉପଦେଷ୍ଟାଙ୍କୁ ହଟାଇ ଦେଇଥିଲେ।
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଜେଡି ସରକାର ସମୟରେ ନିଯୁକ୍ତି ପାଇଥିବା ବିଭିନ୍ନ ନିଗମ ଅଧ୍ୟକ୍ଷମାନଙ୍କୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଧ୍ୟକ୍ଷମାନଙ୍କ ଯୋଗୁ ନିଗମଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉନଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଜେଡିର ଏହି ନେତାମାନଙ୍କୁ ହଟାଇ ଦେଇଛନ୍ତି।
ସୂଚନାମୁତାବକ ରାଜ୍ୟରେ ସାଧାରଣ ନିର୍ବାଚନ ଫଳାଫଳ ଜୁନ୍ ୪ ତାରିଖରେ ପ୍ରକାଶ ପାଇବା ପରେ ବିଭିନ୍ନ ସରକାରୀ ଉଦ୍ୟୋଗ, ବୋର୍ଡ ଓ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ବିଜେଡି ନେତାମାନେ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। ଆଉ ଆଜି ମୁଖ୍ୟମନ୍ତ୍ରୀ ବିଜେଡି ସରକାର ସମୟରେ ନିଯୁକ୍ତି ପାଇଥିବା ବିଭିନ୍ନ ନିଗମ ଅଧ୍ୟକ୍ଷମାନଙ୍କୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।