SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ବିଗତ କିଛି ବର୍ଷ ହେବ ଛାତ୍ରଛାତ୍ରୀଙ୍କ ଭବିଷ୍ୟ, ସହ ହେଉଛି ଖେଳ । କେତେବେଳେ ପ୍ରଶ୍ନ ଲିକ୍ ହେଉଛି ତ ଆଉ କେତେବେଳେ ଜାଲ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ଭାବ ପ୍ରକାଶ ପାଉଛି । ଦିନ ରାତି ପରିଶ୍ରମ କରି ନିଜ ଭ୍ୟଷିତକୁ ଉଜ୍ଜଳ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଆଜି ବଳିପଡି ଯାଉଛନ୍ତି । ଅନ୍ଧାରର କାଳ କୋଠରୀକୁ ଠେଲି ହୋଇଯାଉଛି ସେମାନଙ୍କ ଭବିଷ୍ୟତ । ତେବେ ଏହି ପ୍ରବେଶିକା ପରୀକ୍ଷାକୁ ନେଇ ଆଗରୁ ଅନେକ ଘଟଣା ଦେଖିବାକୁ ମିଳିଥିବା ବେଳେ ଚଳିତ ଥର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଫଳରେ ପୁଣି ଥରେ ବ।ଜି ଲାଗିଛି ଛାତ୍ରାଛାତ୍ରୀଙ୍କ ଭବିଷ୍ୟତ ।
ତେବେ ଚଳିତ ଥର ନିଟ୍ ପରିକ୍ଷାକୁ ନେଇ ସାରା ଦେଶରେ ବିବାଦ ଜାରି ରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସୋନ୍ତୋଷ ଦେଖା ଦେବା ସହ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କାହିଁକି ପ୍ରତିଥର ଏନ୍ ଟି ଏ ଏପରି କରୁଛି । କଣ ପାଇଁ ଏହିସବୁ ପ୍ରତି ଶିକ୍ଷା ବିଭାଗ ଦୃଷ୍ଟି ଦେଉନାହିଁ । ଏହିପରି କହି ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଛନ୍ତି ଛାତ୍ରଛାତ୍ରୀ । ଅପର ପକ୍ଷେ ନିଟ୍ ପରିକ୍ଷାହୋଇଥିବା ଅିୟମିତତା ଏବଂ ପ୍ରଶ୍ନପତ୍ର ଲିକ୍କୁ ନେଇ ପ୍ରତିକ୍ରୀୟା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଏନଟିଏ ହେଉ କିମ୍ବା ଏନଟିଏର ବଡ ଅଧିକାରୀ ଯିଏ ବି ଏହି ଘଟଣାରେ ସଂପକ୍ତ ଥିବେ ଏବଂ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସରକାର ପିଲାଙ୍କ ଭବିଷ୍ୟତ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ ।
ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଜିରୋ ଏରର୍ ପରୀକ୍ଷା ପାଇଁ ପ୍ରତିଶ୍ରୁତି ବଦ୍ଧ ଅଛନ୍ତି । ଏହି ଘଟଣାର ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । କମିଟି ନ୍ୟାସନାଲ ଟେକଷ୍ଟିଙ୍ଗ ଏଜେନ୍ସି, ଏନଟିଏକୁ ଆବଶ୍ୟକୀୟ ସୁପାରିଶ କରିବ । ଛାତ୍ରଙ୍କ ହିତ ସର୍ବୋପରି ଓ ଏଥିରେ ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏ ନେଇ ବିହାର ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ମଗାଯାଇଛି । ମାମଲାରେ ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ସେହିଭଳି ୟୁଜିସି –ନେଟ୍ ରଦ୍ଦ ନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କାରଣ ଜାଣିବାକୁ କମିଟି ଗଠନ କରାଯିବ ଓ ସେ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତସହ ଏଭଳି ଖେଳ କଣ ପାଇଁ । ଏଥିପାଇଁ ଦାୟୀ କିଏ । କାହାର ଛତ୍ରଛାୟା ତଳେ ଏଭଳି କା ର୍ଯ୍ୟ ଚାଲିଛି । ଯାହାକୁ ନେଇ ଭବିଷ୍ୟତ ପାଇଁ ଦିନ ରାତି ଏକ କରୁଥିବା ଛାତ୍ରଛାତ୍ରୀ ଆଜି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି । କେବେ ସ୍ୱସ୍ଥତାର ସହ ହେବ ପ୍ରବେଶିକା ପରିକ୍ଷା ।