SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଓଡିଶାରେ ବିଜେଡିର ପରାଜୟ ପରେ ଶାସକ ଦଳରୁ ବିରୋଧୀ ହୋଇଛି ବିଜୁ ଜନତା ଦଳ । ଓଡିଶାର ଦୀର୍ଘ ୨୪ ବର୍ଷର ସୁ ଶାସନ ଉପରେ ପଡିଛି ପୂଣ୍ଣଚ୍ଛେଦ ଆଉ ଆରମ୍ଭ ହୋଇଛି ଭାଜପା ସରକାର । ତେବେ ବିଜେଡିର ଶୋଚନୀୟ ପରାଜୟ ପରେ ଦଳର ମୁଖିଆ ଘନ ଘନ ବୈଠକ କରିବା ସହ ଦଳୀୟ କର୍ମୀଙ୍କ ସହ କରୁଥିଲେ ଆଲୋଚନା । କେତେବେଳେ ସମସ୍ତ ନେତାମନ୍ତ୍ରୀଙ୍କୁ ନବୀନ ନିବାସ ଡାକୁଥିଲେ ତ ଆଉ କେତେବେଳେ ଶଙ୍ଖ ଭବନ । ତେବେ ଗତକାଲି ସରିଛି ବିଜେଡି ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ସମସ୍ତ ନେତାଙ୍କ ମିଳିଛି ଦାୟିତ୍ୱ । ଏନେଇ ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ବିରୋଧୀ ନେତା ନବୀନ ପଟ୍ଟନାୟକ ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଶଙ୍ଖ ଭବନରେ ବସିଥିଲା ବିଜେଡି ବିଧାୟକ ଦଳର ଏକ ରୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ସାମିଲ ଥିଲେ ବିଜେଡି ଦଳର ସମସ୍ତ ନେତା ଓ କର୍ମୀ । ତେବେ ଏହି ବୈଠକରେ ଆଗାମୀ ଦିନରେ ରାଜନୀତିକୁ ନେଇ କଣ ରହିବ ଏଜେଣ୍ଡା ଏ ବିଷୟରେ ଆଲୋଚନା ହେବା ସହ କିଏ ହେବ ବିରୋଧୀ ଦଳର ନେତା ତା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ତେବେ ସର୍ବସମ୍ମତି କ୍ରମେ ବିଜେଡି ସୁପ୍ରିମୋ ବିରୋଧୀ ଦଳର ନେତା ହୋଇଥିବା ବେଳେ ରେଢାଖୋଲର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ବିରୋଧୀ ଦଳର ଉପନତୋ ହୋଇଛନ୍ତି । ସେହପରି ପୂର୍ବତନ ବାଚସ୍ପତି ତଥା ବିଞ୍ଚାରପୁର ବିଧାୟିକା ପ୍ରମିଳା ମଳିକ ବର୍ତ୍ତମାନ ମୁଖ୍ୟସଚେତକର ଦାୟିତ୍ୱ ତୁଲାଇବେ । ଏନଇ ଶଙ୍ଖଭବନରେ ନିଷ୍ପତ୍ତି ହୋଇଛି । ତେବେ ଆଳି ବିଧାୟକ ତଥ । ପୂର୍ବତନ ମନ୍ତ୍ରୀ ପ୍ରତାପ କେଶୋରୀ ଦେବଙ୍କୁ ମଧ୍ୟ ଦଳର ମୁଖିଆ ଉପସଚେତକର ଦାୟିତ୍ୱ ଦେଇଛନ୍ତି ।
ଦୀର୍ଘ ୨୪ ବର୍ଷ ହେବ ସାଢେ ଚାରିକୋଟି ଓଡିଆଙ୍କ ହୃଦୟରେ ଘର କରିଥିବା ନବୀନ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛନ୍ତି । ସେ ଲଗାତାର ୫ ଥର ଓଡିଶାର ମୁଖ୍ୟମନ୍ତ୍ରୀ ହେବା ସହ ରାଜ୍ୟକୁ ବିକାଶ ପଥରେ ଆଗେଇ ନେଇଛନ୍ତି । ଏଥିସହିତ ସେ ୬ ଥର ହିଞ୍ଜିଳିରୁ ବିଧାୟକ ମଧ୍ୟ ହୋଇଛନ୍ତି । ତେବେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ଜନକଲ୍ୟାଣକାରୀ ଯୋଜନା କରିଛନ୍ତି । ଯାହା ତାଙ୍କୁ ଜାତୀୟ ସ୍ତରରେ ଅନେକ ପ୍ରଶଂସା ଏବଂ ସମ୍ନାନ ପ୍ରଦାନ କରିଛି । ନବୀନଙ୍କ ପରାଜୟକୁ ଆଜି ବି ଲୋକେ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ତେବେ ତାଙ୍କର ଶାସନ କାଳକୁ ଲୋକେ ସୂର୍ବର୍ଣ୍ଣ ଯୁଗ ବୋଲି କହୁଛନ୍ତି । କାରଣ ଶିକ୍ଷା , ସ୍ୱାସ୍ଥ୍ୟ , ଶୀଳ୍ପ, ଜଳସେଚନ ଠାରୁ ଆରମ୍ଭ କରି ପ୍ରକୃତିକ ବିପର୍ଯ୍ୟୟ ରୋଜଗାର ଆଦି ସମସ୍ତ କ୍ଷତ୍ରରେ ନବୀନ ସାଜିଥିଲେ ଦିଗଦର୍ଶକ । ଆଜି କିନ୍ତୁ ସେ ଶାସକରୁ ସାଜିଛନ୍ତି ବିରୋଧୀଦଳର ନେତା । ଯାହା ବିଜେପିରୁ ମହଙ୍ଗା ପଡିବ ବୋଲି ଆଲୋଚନା ହେଉଛି । କାରଣ ସରକାରକୁ ସଚେତନ କରାଇବାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀଦଳର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ଥାଏ । ତେବେ ନବୀନଙ୍କ ଅଭିଜ୍ଞତା ଏବଂ ଦକ୍ଷତା ବିଧାନସଭାବରେ ସରକାରଙ୍କୁ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । କାରଣ ଗୋଟିଏ ସଶକ୍ତ ବିରୋଧୀ ହିଁ ସୁସଂହତ ଗଣତାନ୍ତ୍ରିକ ବ୍ଯବସ୍ଥା ଲାଗି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ବିଜେଡିର ଏହି ଶକ୍ତିଶାଳୀ ଟିମ୍ ବିଧାନସଭାରେ ସରକାର ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ରାଜ୍ଯର ବିକାଶ ଲାଗି ଦଳୀୟ ରଣନୀତି ସ୍ଥିର କରିବେ।
ନବୀନ ଗଣମାଧ୍ୟମରେ ବିଜେଡି ପରାଜୟର ପ୍ରକୃତ କାରଣ କଣ ସେ କହିଛନ୍ତି । ୨୦୧୪ରେ ଯେତେବେଳେ ସାରା ଦେଶରେ ମୋଦି ଲହର ଥିଲା ଆମେ ୨୦ଟି ଆସନ ଜିତିଥିଲୁ। କିନ୍ତୁ ଏଥର ମୋଦି ଲହର ବିଳମ୍ବରେ ହେଲେ ମଧ୍ୟ ପ୍ରଭାବୀ ହେଲା। ତେବେ ରାଜନୀତିରେ ଏପରି ବେଳେବେଳେ ହୁଏ। ଏସବୁର ସମୀକ୍ଷା କରି ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବା ଜରୁରୀ।