Sunstar Tv
Virat Kohil Test Debut: ୧୩ ବର୍ଷ ପୂର୍ବରୁ ଆଜିର ଦିନରେ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ପାଦ ଦେଇଥିଲେ। ପରେ ସେ ହେଲେ ଭାରତର ସବୁଠାରୁ ସଫଳ କ୍ୟାପଟେନ। କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟେଷ୍ଟ ଡେବ୍ୟୁ ଖେଳିଥିଲେ।
ଭାରତୀୟ କ୍ରିକେଟ ଜଗତରେ ଫେମସ ଷ୍ଟାର ବ୍ୟାଟ୍ସମ୍ୟାନ ହେଉଛନ୍ତି ବିରାଟ କୋହଲି। ଭାରତୀୟ ଦଳର ସେ ଜଣେ ଚର୍ଚ୍ଚିତ ଖେଳାଳି।
ବିରାଟ ସର୍ବଦା ନିଜର ଷ୍ଟାଇଲ ନିଜର ଭିନ୍ନ ଅନ୍ଦାଜ ପାଇଁ ଫ୍ୟାନ୍ସଙ୍କ ହୃଦୟ କିଣନ୍ତି। ବିରାଟ ମଇଦାନକୁ ଓଲ୍ଲାହିବା ମାତ୍ରେ ଫ୍ୟାନ୍ସମାନଙ୍କ କ୍ରେଜ ବଢ଼ିଯାଏ।
ବିରାଟ କୋହଲି ଟିମ ଇଣ୍ଡିଆ ପାଇଁ କୌଣସି ହୀରାଠାରୁ କମ ନୁହେଁ। କୋହଲି କେବଳ ଭାରତର ନୁହେଁ ବରଂ କ୍ରିକେଟ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ।
ସେ ୧୩ ବର୍ଷ ପୂର୍ବରୁ ୧୦୧୧ରେ ଆଜିର ଦିନରେ ଅର୍ଥାତ ୨୦ ଜୁନରେ ସେ ଟେଷ୍ଟ ଡେବ୍ୟୁ କରିଥିଲେ। କୋହଲି ଭାରତୀୟ ଟିମର ନଂ-୧ କ୍ୟାପଟେନ ଭାବେ ନିଜକୁ ସାବ୍ୟସ୍ତ କରିପାରିଛନ୍ତି।
ସେ ଟେଷ୍ଟ ଅଧିନାୟକତ୍ୱରେ ଏମଏସ ଧୋନିଙ୍କ ସମେତ ଅନେକ କିମ୍ବଦନ୍ତୀ ଅଧିନାୟକଙ୍କୁ ପଛରେ ପକାଇ ଦେଇଛନ୍ତି।
କିଙ୍ଗ କୋହଲି ଏମଏସ ଧୋନିଙ୍କ ପରେ ଭାରତୀୟ ଟେଷ୍ଟ ଦଳର କ୍ୟାପଟେନ ହୋଇଥିଲେ। କେହଲି କ୍ୟାପଟେନ ହେବା ପୂର୍ବରୁ ଧୋନି ଟିମ ଇଣ୍ଡିଆର ଜଣେ ସଫଳ କ୍ୟାପଟେନ ଥିଲେ।
ଧୋନିଙ୍କ କ୍ୟାପଟେନସିପ୍ ଅବଧିରେ ଇଣ୍ତିଆ ଟିମ ୬୦ରୁ ୨୭ଟି ଟେଷ୍ଟ ମ୍ୟାଚ ଜିତିଥିଲା। ପରେ ବିରାଟ କୋହଲିଙ୍କ କ୍ୟାପଟେନସିପ୍ ଅବଧିରେ ଭାରତୀୟ ଚିମ, ୬୮ଟି ମ୍ୟାଚରୁ ୪୦ଟି ମ୍ୟାଚ ଜିତିଥିଲା।
ତାଙ୍କ କ୍ୟାପଟେନସିପରେ ଟିମ୍ ଇଣ୍ତିଆ ସବୁଠୁ ଅଧିକ ଟେଷ୍ଟ ମ୍ୟାଚ ଜିତିଛି। କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୧୩ଟି ରେଡ୍ ବଲ୍ ମ୍ୟାଚ୍ ଖେଳିଛନ୍ତି।
ଟେଷ୍ଟ ମ୍ୟାଚରେ କୋହଲୀଙ୍କ ପ୍ରଦର୍ଶନ- କୋହଲି ଆଜି ପର୍ଯ୍ୟନ୍ତ ଟିମ ଇଣ୍ତିଆ ପାଇଁ ୧୧୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚଗୁଡିକର ୧୯୧ ଇନିଂସରେ ସେ ହାରାହାରି ୪୯.୧୫ ରେ ୮୮୪୮ ରନ୍ ସ୍କୋର କରିଛନ୍ତି।
ଏହି ଅବଧିରେ ସେ ୭ଟି ଡବଲ୍ ଶତକ, ୨୯ ଶତକ ଏବଂ ୩୦ ଅର୍ଦ୍ଧଶତକ ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟରେ କୋହଲି ୨୫୪ ହାଇ ଷ୍କୋର କରିଥିଲେ। ସେ ଟେଷ୍ଟ ମ୍ୟାଚରେ ଆଜି ପର୍ଯ୍ୟନ୍ତ ୨୬ ଛକା ଓ ୯୯୧ ଚୌକା ମାରିଛନ୍ତି।
ଟେଷ୍ଟ କ୍ରିକେଟରେ କୋହଲିଙ୍କ ନାମରେ କିଛି ବି ରେକର୍ଡ ନାହିଁ। ସେ ଟେଷ୍ଟ ଅଧିନାୟକ ଭାବରେ ସର୍ବାଧିକ ମ୍ୟାଚ୍ ଖେଳିଥିବା ବିଶ୍ୱର ଷଷ୍ଠ ଖେଳାଳି। କୋହଲି କ୍ୟାପଟେନ ଭାବରେ ୬୮ଟି ଟେଷ୍ଟ ଖେଳିଛନ୍ତି। ଏହି ଲିଷ୍ଟରେ ଦକ୍ଷିଣ ଆଫ୍ରିକାର ଗ୍ରାମ୍ ସ୍ମିଥ୍ ଏକ ନମ୍ବରରେ ଅଛନ୍ତି। ଏ ଟେଷ୍ଟ ଅଧିନାୟକ ଭାବରେ ୧୦୯ଟି ମ୍ୟାଚ୍ ଖେଳିଛନ୍ତି।