SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଭାରତୀୟ ଆଥଲେଟ୍ ନୀରଜ ଚୋପ୍ରାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ପୁଣି ଥରେ ଭାରତ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଯାହାଫଳରେ ତାଙ୍କ ନିକଟକୁ ଛୁଟୁଛି ପ୍ରସଂଶାର ସୁଅ । ତେବେ ଫିନଲାଣ୍ଡର ତୁର୍କୁରେ ଅଏନୁଷ୍ଠିତ ହୋଇଥିବା ପାଭୋ ନୁର୍ମି ଗେମ୍ସରେ ଭାରତ ପଇଁ ସ୍ୱର୍ଣ୍ଣ ଅଣିଛନ୍ତି ଭାରତୀୟ ଅଥଲେଟ୍ ସୁପଷ୍ଟାର ନିୀରଜ । ଏଥିସହିତ ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ତାଙ୍କର ପ୍ରସ୍ତୁତିକୁ ଜାରୀ ରଖିଛନ୍ତି । ୨୬ ବର୍ଷୀୟ ନୀରଜ ଏକମାତ୍ର ଭାରତୀୟ ଭାବେ ଏହି ପ୍ରତିଯୋଗିତାରରେ ଭାଗ ନେଇଥିଲେ । ତେବେ ଗତ ସଂସ୍କରଣରେ ନୀରଜ ଏଠାରେ ୮୯.୩୦ ମିଟର ପିଙ୍ଗି ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଥିଲେ। ଦୁଇବର୍ଷ ପରେ ଏଥର ପ୍ରଦର୍ଶନରେ ଉନ୍ନତି ଆଣି ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଇଭେଣ୍ଟର ତୃତୀୟ ପ୍ରୟାସରେ ସେ ୮୫.୯୭ ମିଟର ଜାଭେଲିନ୍ ଫିଙ୍ଗିଥିଲେ ଓ ଏହି ପ୍ରଦର୍ଶନ ବଳରେ ଶୀର୍ଷରେ ରହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ସେହିପରି ଫିନ୍ଲ୍ୟାଣ୍ଡର ଟୋନି କିରାନେନ୍ ୮୪.୧୯ ମିଟର୍ ଜାଭଲିନ୍ ଫିଙ୍ଗି ରୌପ୍ୟ ପଦକ ଜିତିଥିବାବେଳେ ତାଙ୍କ ଦେଶର ପ୍ରତିଦ୍ୱନ୍ଦ୍ୱି ତଥା ଗତ ବର୍ଷର ବିଜେତା ଓଲିଭର୍ ହେଲାଣ୍ଡର୍ ୮୩.୯୬ ମିନିଟ୍ ଜାଭଲିନ୍ ଥ୍ରୋ କରି ତୃତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ଖେଳାଳି ନୀରଜ ଚୋପ୍ରା ୨୦୨୨ ମସିହାରେ ଜାଭେଲିନ୍ ୮୯.୩୦ ମିଟର ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ସେହି ବର୍ଷ ଡାଇମଣ୍ଡ ଲିଗର ଷ୍ଟକହୋମ ପର୍ଯ୍ୟାୟରେ ଜାଭେଲିନ୍ ୮୯.୯୪ ମିଟର ଯାଏ ଫିଙ୍ଗି ରେକର୍ଡ କରିଥିଲେ। ପୂର୍ବରୁ ନୀରଜ ଦୋହା ଡାଇମଣ୍ଡ ଲିଗ୍ ଓ ଭୁବନେଶ୍ୱରରେ ଅନୁଷ୍ଠିତ ଫେଡେରେସନ କପ୍ରେ ଭାଗ ନଇଥିଲେ। ଦୋହାରେ ସେ ୮୮.୩୬ ମିଟର ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ ଓ ଏହା ତାଙ୍କ କ୍ୟାରିୟର ୯ମ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ସେହିପରି ଭୁବନେଶ୍ୱରରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ମଧ୍ୟ ୮୨. ୨୭ ମିଟର ଥ୍ରୋ କରିଥିଲେ।