SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଜି ଚାଷିମାନଙ୍କ ଖାତାକୁ ପ୍ରଧନମନ୍ତ୍ରୀଙ୍କ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ଖାତାକୁ ଆସିଛି । ଯାହାଫଳରେ ଛାଷୀଙ୍କ ମନରେ ଖେଳିଯାଇଛି ଖୁସର ଲହରୀ । ସାରା ଭାରତ ବର୍ଷରେ ପ୍ରାୟ ୯କୋଟି ୨୬ ଲକ୍ଷ ଚାଷୀଙ୍କୁ ଏହି କିସ୍ତି ଆସିଛି । ପୂର୍ବ ପରି ଚାଷୀମାନଙ୍କୁ ପ୍ରଧାମନ୍ତ୍ରୀ କିଷାନ ଯୋଜନାରେ ୨ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । ସେହିପରି ଓଡିଶାର ପ୍ରାୟ ୩୧ ଲକ୍ଷ ୬୨ ହଜାର ଚ।।ୀଙ୍କ ଖାତାକୁ ପିଏମ୍ କିଷାନ ଟଙ୍କା ଆସିଛି । କିନ୍ତୁ ଓଡିଶାବାସୀଙ୍କ ଖାତାକୁ ଏଯାଏଁ ଆସିଛି କାଳିଆ ଟଙ୍କା । ଯାହାକି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ଚାଷୀ ଭାଇମାନଙ୍କ ପାଇଁ ଏହି ଯୋଜନା କରିଥିଲେ । ଯାହାକୁ ନେଇ ଏବେ ହେଉଛି ସବୁଠି ଚର୍ଚ୍ଚା ।
ଓଡିଶାରେ ବିଜେଡି ସରକାର ହାରିବା ପରେ ବନ୍ଦ ହେବାକୁ ଯାଉଛି ଗୋଟିଏ ପରେ ଗୋଟିଏ ଜନ କଲ୍ୟାଣକାରୀ ଯୋଜନା । ପ୍ରଥମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ ହେବାକୁ ନେଇ ଖବର ଆସିଥିବା ବେଳେ କିଛି ସ୍ଥାନରେ ଆହାର କେନ୍ଦ୍ରକୁ ମଧ୍ୟ ବନ୍ଦ କରି ଦିଆଯାଉଥିଲା । ସେହିପରି ସମସ୍ତ ସରକାରୀ କାର୍ଯ୍ୟାଳୟରୁ ୫ଟି ଓ ମୋ ସରକାରକୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହିସବୁ ପରେ ଏବେ କାଳିଆ ଯୋଜନାକୁ ନେଇ ଚିନ୍ତାରେ ଚାଷୀ । କାରଣ ସରକାର ବଦଳିବା ପରେ ଆଉ ଖାତାକୁ କାଳିଆ ଟଙ୍କା ଆସିବ କି ନାହିଁ ସେ ନେଇ ଲାଗି ରହିଛି ଦ୍ୱନ୍ଦ । ତେବେ ପୂର୍ବରୁ ଥିବା ବିଜେଡି ସରକାର ରାଜ୍ୟରେ କାଳିଆ ଯୋଜନା ଆରମ୍ଭ କରିଥିଲେ । ଚାଷୀଙ୍କୁ ସହାୟତା ପାଇଁ ଆରମ୍ଭ ହୋଇଥିଲା ‘କାଳିଆ’ ଯୋଜନା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୨୦୧୯ ମସିହାରେ ଏହାକୁ ଆରମ୍ଭ କରିଥିଲେ । ବର୍ଷକୁ ତିନି ଥର ୨ ହଜାର ଟଙ୍କା ଲେଖାଏଁ ମୋଟ ୬ ହଜାର ଟଙ୍କା ଚାଷୀଙ୍କ ଖାତାକୁ ଆସୁଥିଲା । ଏବେ ରାଜ୍ୟରେ ସରକାର ବଦଳିବା ପରେ କାଳିଆ ଟଙ୍କା ମିଳିବ କି ନାହିଁ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଅନ୍ୟପଟେ ଓଡ଼ିଶାର ମୋଟ ୩୧ ଲକ୍ଷ ୬୨ ହଜାର ଚାଷୀ ୬୩୨ କୋଟି ୪୮ ଲକ୍ଷ ଟଙ୍କା ପାଇଛନ୍ତି । ସେହିଭଳି ଯେଉଁ ଯୋଗ୍ୟ ହିତାଧିକାରୀ ପିଏମ କିଷାନରେ ସାମିଲ ହୋଇନାହାନ୍ତି ସେମାନଙ୍କୁ ସାମିଲ କରାଯିବ ବୋଲି ବରଗଡ ସଭାରୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।