SunstarTV
ବାଚସ୍ପତି ପଦକୁ ନେଇ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ନାମରେ ମୋହର ବାଜିଛି। ସେ ତାଙ୍କ ପାର୍ଥି ପତ୍ର ଦାଖଲ କରିଛନ୍ତି । ଜଣେ ବରିଷ୍ଠ ଏବଂ ଅଭିଜ୍ଞ ନେତ୍ରୀ ଭାବେ ଦଳ ତାଙ୍କ ଉପରେ ଭରସା କରିଛନ୍ତି। ସୁରମା ପୂର୍ବରୁ ମଧ୍ୟ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ନିର୍ବାଚିତ ହୋଇ ମନ୍ତ୍ରୀ ରହିସାରିଛନ୍ତି। ତେଣୁ ସେହି ଦୃଷ୍ଟିରୁ ଦଳ ଜଣେ ମହିଳା ଏବଂ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କ ଉପରେ ଭରସା କରିଛି। ରେସରେ ଅନେକ ନାମ ଥିବା ବେଳେ ମଧ୍ୟ ସୁରମାଙ୍କ ନାମରେ ମୋହର ବାଜିଛି ।
ଆସନ୍ତା ୨୦ ତାରିଖରେ ରାଜ୍ୟରେ ନୂଆ ବାଚସ୍ପତି ପଦ ଲାଗି ନିର୍ବାଚନ ହେବ। ଏହି ପଦବୀ ଲାଗି ବୁଧବାର ନାମାଙ୍କନ ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛିଥିବା ବେଳେ ଭାଜପା ତରଫରୁ ସୁରମା ପାଢ଼ୀଙ୍କୁ ପ୍ରାର୍ଥୀ କରାଯାଇଛି। ଗୁରୁବାର ବାଚସ୍ପତି ପଦ ଲାଗି ଭୋଟ ଗ୍ରହଣ କରାଯିବ।
ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଭାଜପା ଯାହାକୁ ବାଚସ୍ପତି ପାଇଁ ପ୍ରାର୍ଥୀ କରିବ ସେ ହିଁ ନିର୍ବାଚିତ ହେବେ। କାରଣ ୧୪୭ ବିଧାନସଭା ଆସନ ମଧ୍ୟରୁ ଭାଜପାକୁ ୭୮, ବିଜେଡିକୁ ୫୧, କଂଗ୍ରେସକୁ ୧୪, ଗୋଟିଏ ସିପିଆଇ(ଏମ୍) ଏବଂ ୩ଟି ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।