SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ପ୍ରତ୍ୟେକ ବ୍ୟକ୍ତି ଶୋଇବା ସମୟରେ କିଛି ନା କିଛି ସ୍ୱପ୍ନ ଦେଖିଥାଏ । ଯାହାକି ଏକ ସାଧାରଣ କଥା । କିନ୍ତୁ ହିନ୍ଦୁ ଧର୍ମରେ ଥିବା ସ୍ୱପ୍ନ ଶାସ୍ତ୍ରରେ ପ୍ରତ୍ୟେକ ସ୍ୱପ୍ନର କିଛି ନା କିଛି କାରଣ ଏବଂ ମହତ୍ୱ ରହିଥାଏ । ଯାହାକି ବ୍ୟକ୍ତିର ବାସ୍ତବ ଜୀବନରେ କିଛି ନା କିଛି ପ୍ରଭାବ ପକାଇଥାଏ । ଏହି ସ୍ୱପ୍ନ ବେଳେ ବେଳେ ଶୁଭ ସଂକେତ ଦେଇଥିବା ବେଳେ ବେଳେ ବେଳେ ଅଶୁଭ ସଂକେତ ମଧ୍ୟ ଦେଇଥାଏ । ତେବେ ବିବାହକୁ ନେଇ ପ୍ରତ୍ୟେକ ଯୁବକ ଯୁବତୀ ଅନେକ କିଛି ସ୍ୱପ୍ନ ଦେଖିଥାନ୍ତି , ଏଥିସହିତ ସେମାନଙ୍କ ବିବାହ ପାଇଁ ମଧ୍ୟ ଯୋଜନା କରିଥାନ୍ତି । ତେବେ ସ୍ୱପ୍ନ ଶାସ୍ତ୍ରରେ ବିବାହ ସହିତ ଜଡିତ ସ୍ୱପ୍ନ ବିଷୟରେ ବିସ୍ତାର ରୂପେ ଆଲୋଚନା କରାଯାଇଛି । ଏହି ଅନୁସାରେ କିଛି ଖାସ ସ୍ୱପ୍ନ ରହିଛି ଯାହା ବିବାହର ସଂକେତ ଦେଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ସ୍ୱପ୍ନ ବିଷୟରେ ।
ଇନ୍ଦ୍ରଧନୁ ସ୍ୱପ୍ନ ଦେଖିବା: ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ସ୍ୱପ୍ନରେ ଇନ୍ଦ୍ରଧନୁ ଦେଖୁଛନ୍ତି ତାହାଲେ ଏହା ଅତ୍ୟନ୍ତ ଶୁଭ ସଂକେତ ଦେଇଥାଏ । ଏଥିସହିତ ଏହି ସ୍ୱପ୍ନର ଅର୍ଥ ହେଉଛି ଆପଣଙ୍କ ବିବାହ କରିବାର ଇଚ୍ଛା ଶୀଘ୍ର ପୁରଣ ହେବ । ଏଥିସହିତ ଆପଣଙ୍କ ଜୀବନରେ କେହି ଜଣେ ଜୀବନସାଥୀ ଭାବରେ ଆସିବାକୁ ଯାଉଛନ୍ତି ।
ମୟୂରପିଚ୍ଛ ସ୍ୱପ୍ନ ଦେଖିବା: ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି ସ୍ୱପ୍ନରେ ଆପଣ ମୟୂର କିମ୍ବା ତାର ପର ଦେଖୁଛନ୍ତି ତେବେ ଏହା ଆପଣଙ୍କୁ କିଛି ଖୁସି ଖବର ଦେବ । ଏଥିସହିତ ଏହିପରି ସ୍ୱପ୍ନ ଆପଣଙ୍କ ବିବାହ ସହିତ ଜଡିତ । ଏପରି ସ୍ୱପ୍ନ ଦେଖିବାର ଅର୍ଥ ଆପଣଙ୍କ ବିବାହ ଖୁବ୍ ଶୀଘ୍ର ହେବର ସମ୍ଭାବନା ରହିଛି । ଏହା ବ୍ୟତୀତ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ ।
ସ୍ୱପ୍ନରେ ନିଜକୁ ନାଚୁଥିବାର ଦେଖିବା : ସ୍ୱପ୍ନରେ ନିଜକୁ ଖିସିରେ ନାଚୁଥିବା ଦେଖିବାର ଅର୍ଥ ହେଉଛି ଆପଣଙ୍କ ବିବାହ ଯୋଗ ଖୁବ୍ ଶୀଘ୍ର ଖୋଲିବାକୁ ଯାଉଛି । ଶାସ୍ତ୍ର ମତରେ ଯଦି ବିବାହିତ ମହିଳା କିମ୍ବା ପୁରୁଷ ଏପରି ସ୍ୱପ୍ନ ଦେଖନ୍ତି ତେବେ ତାଙ୍କ ବୈବାହିକ ଏବଂ ଦାମ୍ପତ୍ତ୍ୟ ଜୀବନରେ ଖୁସି ଆସିବାର ସମ୍ଭାବନା ରହିଛି ।
ସ୍ୱପ୍ନରେ ସୁନ୍ଦର ବସ୍ତ୍ର ଦେଖିବା: ଶାସ୍ତ୍ର ମତରେ ଯଦି କୌଣସି ପୁଅ ଏକ ଝିଅକୁ ସୁନ୍ଦର ରଙ୍ଗ ବେରଙ୍ଗର ବସ୍ତ୍ର ପରିଧାନ କରିବାର ସ୍ୱପ୍ନ ଦେଖୁଛ ତେବେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ । ଏଥିସହିତ ତାଙ୍କୁ ବହୁତ ସୁନ୍ଦର ପତ୍ନୀ ମଧ୍ୟ ମିଳିଥାଏ । ଏହା ବ୍ୟତୀତ ସେମାନଙ୍କ ବୈବାହିକ ଜୀବନ ମଧ୍ୟ ସୁଖମୟ ହୋଇଥାଏ ।
ସ୍ୱପ୍ନରେ ମହୁ ଖାଉଥିବାର ଦଖିବା: ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି ନିଜେ ମହୁ ଖାଉଥିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହା ଘରେ ଖୁସି ଖବର ଆଣିବାର ସଂକେତ ଦେଇଥାଏ । ଏଥିସହିତ ଘର ପରିବାରରେ କାହାର ବିବାହ ହେବାର ସମ୍ଭାବନା ମଧ୍ୟ ଥାଏ ।