SunstarTV
ବେଲୁନ ପାଇଁ ଚାଲିଗଲା ଜୀବନ। ବେଲୁନ ଧରିବାକୁ ଜାଇ ଡ୍ରେନ ରେ ଭାସିଗଲେ ନାବାଳକ। ରାଜଧାନୀରେ ଆଉ ଗୋଟିଏ ଅଭାବନୀୟ ଘଟଣା। ମୁକୁଳା ଡ୍ରେନ ରେ ଭାସିଗଲା ଯିବାପରେ ପ୍ରାଣ ହରେଇଛି ନାବାଳକ।
ଘଟଣା ଘଟିଛି ୟୁନିଟ-୩ ମସଜିଦ କଲୋନୀ ରେ। ଭାସି ଯାଇଥିବା ନାବାଳକ ଜଣକ ହେଉଛନ୍ତି ରାଜେଶ ସାହା। ପ୍ରାୟ ଦୁଇଘଣ୍ଟା ଖୋଜା ଖୋଜି ପରେ ଲଷ୍ମୀସାଗର ଅଞ୍ଚଳ ରୁ ଉଦ୍ଧାର କରିବା ପରେ କ୍ୟାପିଟାଲ ମେଡିକାଲ ନିଆ ଯାଇଥିଲା କିନ୍ତୁ ସେଠାରେ ଛୁଆଟି ଆଖି ବୁଝିଛି
ପରିବାରଲୋକଙ୍କ କହିବା ଅନୁସାରେ, ଦିନ ପ୍ରାୟ ଅଢେଇ ଟା ସମୟରେ ରାଜେଶ ଓ ତାର କିଛି ସାଙ୍ଗ ସହ ଖେଳୁଥିଲା । ଡ୍ରେନରେ ଗୋଟିଏ ବେଲୁନ ଭାସୁଥିବା ବେଳେ ତାକୁ ଧରିବାକୁ ଚେଷ୍ଟା କରିଥିଲେ ରାଜେଶ। ବେଲୁନ ଧରିବାବାକୁ ଯାଇ ରାଜେଶ ଡ୍ରେନ ପାଣିରେ ଭାସିଯାଇଥିଲେ। ପରେ ଅଗ୍ନିଶମ ବାହିନୀ ପହଂଚି ଖୋଜାଖୋଜି କରିବା ପରେ ରାଜେଶ କୁ ଉଦ୍ଧାର କରିଥିଲା।ସେପଟେ ରାଜେଶ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ।