ସନ୍ଷ୍ଟାର ଟିଭି ବ୍ୟୁରୋ
ସମ୍ଵଲପୁର: ଦାଦାବଟି ନ ଦେବାରୁ ପୋଟ୍ରୋଲ ଟାଙ୍କିରେ ନିଆଁ ଲଗାଇବାକୁ ଉଦ୍ୟମ କରିଛନ୍ତି ଦୁର୍ବୁତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ଵଲପୁରର ମୁଦିପଡା ପେଟ୍ରୋଲ ପମ୍ପରେ । ପେଟ୍ରୋଲ ପମ୍ପରେ ଥିବା ଏକ ଟାଙ୍କିକୁ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ ।ସେେତବେଳେ ସେହି ପୋଟ୍ରୋଲ ଟାଙ୍କିରେ ୨୦୦୦ ଲିଟର ପୋଟ୍ରୋଲ ଥିଲା ବୋଲି ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେହି ଦୁର୍ବୁତ୍ତଙ୍କୁ ଆୟତ କରି ଅଟକ ରଖିଛନ୍ତି । ତେବେ ସିସିଟିଭି କ୍ୟାମେରାରେ ଏହି ଘଟଣା କଏଦ୍ ହୋଇଛି ।