SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଓଡିଶାରେ ବିଜେପି ସରକାର ଆସିବା ପରେ ବିଭିନ୍ନ ଦିଗ ଉପରେ କରୁଛନ୍ତି ଆଲୋଚନା । ଶ୍ରୀମନ୍ଦିର ଚାରି ଦ୍ୱାର ଠାରୁ ଆରମ୍ଭ କରି ଆଇନ୍ ବ୍ୟବସ୍ଥା ଏପରିକି କ୍ରୀଡା ଶିକ୍ଷା ଆଦି ସମସ୍ତ କ୍ଷେତ୍ରରରେ ହୋଉଛି ଅଲୋଚନା ଏବଂ ସମୀକ୍ଷା । ପୂର୍ବରୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରଥ ଯାତ୍ରା ଏବଂ ସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ବୈଠକ କରିଥିବା ବେଳେ ବର୍ତ୍ତମାନ ସୂର୍ଯ୍ୟବଂଶି ସୁରଜ ମଧ୍ୟ ନିଜ ଦାୟିତ୍ୱକୁ ସୁଚାରୁ ରୂପେ ଚଲାଇବାକୁ ପ୍ରୟାସ କରିଛନ୍ତି । ସେ ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସମୀକ୍ଷା କରିଛନ୍ତି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ସୂର୍ଯ୍ୟବଂଶି ସୁରଜ କ୍ରୀଡା ମନ୍ତ୍ରୀର ଦାୟିତ୍ୱ ନେବା ପରେ ଆଜି ସେ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନରେ ଆସିଛନ୍ତି । ଏଥିସହିତ ସେଠାରେ ସେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ତେବେ ସମସ୍ତ ଦିଗ ଉପରେ ସେ ସମୀକ୍ଷା କରିବା ପରେ କହିଛନ୍ତି ଯେ, କ୍ରୀଡା ପାଇଁ ବିଗତ ଦିନରେ କି କି ପଦକ୍ଷେପ ନିଆଯାଇଛି ଓ ବାସ୍ତବରେ କେତେ କାର୍ଯ୍ୟକ୍ଷମ ହୋଇଛି ତାର ସମୀକ୍ଷା କରାଯାଇଛି। ଆଗକୁ ପୁଙ୍ଖାନୁପୁଙ୍ଖ ଏହାର ସମୀକ୍ଷା ହେବ। ସେ ଆହୁରି ମଧ୍ୟ କହିଛନ୍ତି ଓଡ଼ିଶା ପ୍ରାଦେଶିକ ସ୍ଥରରେ ଭଲ କରୁଛି ଆନ୍ତର୍ଜାତୀୟ ସ୍ତରରେ ପରିଚୟ ତିଆରି କରିବାକୁ ଆବଶ୍ୟକ ରହିଛି।ଆମେ ଲକ୍ଷ୍ୟ ରଖିଛୁ ଯେତେବେଳେ ଓଡ଼ିଶାର ଶତବାର୍ଷିକ ପୂରଣ କରିବ ସେତେବେଳେ ଓଡିଶା ବିଶ୍ଵ କ୍ରୀଡା ଜଗତରେ କ୍ରୀଡା ରାଜଧାନୀ ଭାବେ ପରିଚିତ ହେବ। ଆଜିଠୁ ପ୍ରୋଗ୍ରାମ ମୋଡରେ ନୁହେଁ ପ୍ରୋଜେକ୍ଟ ମୋଡରେ ଯିବୁ।
ଏଥିସହିତ ବିଶ୍ୱ ଯୋଗ ଦିବସ କିଭଳି ବଡ ଆକାରରେ ପାଳନ କରାଯିବ ସେ ବିଷୟରେ ମଧ୍ୟ ଆଜି ଆଲୋଚନା ହୋଇଥିବା ଜଣାପଡିଛି । ଭିତ୍ତିଭୂମି ଉନ୍ନତିର ଆହୁରି ଆବ୍ୟଶ୍ୟକତା ରହିଥିବା ସେ କହିଛନ୍ତି । ତେବେ ଏହା ବ୍ୟତୀତ ଅନ୍ୟସବୁ ବିଷୟରେ ମଧ୍ୟ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶି ସୁରଜ ଆଲୋଚନା କରିଥିବା ଜଣାପଡିଛି ।