Sunstar TV :
ଅନ୍-ଲାଇନରେ ମଗାଇଥିଲେ ଆଇସକ୍ରିମ । ଆଇସକ୍ରିମ ଡବାରେ ବୁଲୁଥିଲା ବିଛା । ପ୍ରଥମେ କଟା ଆଙ୍ଗୁଠି ଆଏ ଏବେ ବିଛା । ଟିକେ ଭଲ କରି ଦେଖନ୍ତୁ ଏ ଫଟୋକୁ । କିଭଳି ଆଇସକ୍ରିମ ଡବାରେ ଲାଖିକି ରହିଛି ବିଛା । ଖରାଦିନେ ସମସ୍ତଙ୍କୁ ଆଇସକ୍ରିମ୍ ଖାଇବାକୁ ଭଲ ଲାଗିଥାଏ । ସାଧାରଣତଃ ଲୋକମାନେ ଘରେ ବସି ଅନଲାଇନରେ ଆଇସକ୍ରିମ୍ ମଗାଇ ଖାଇଥାନ୍ତି । ଏହିକ୍ରମରେ ନୋଏଡାର ଜଣେ ପରିବାର ଆଇସକ୍ରିମ ଖାଇବାକୁ ଅନ୍-ଲାଇନରେ ମଗାଇଥିଲେ ଆଇସକ୍ରିମ । ଘରକୁ ଅନ୍-ଲାଇନରେ ଆଇସକ୍ରିମ ଆସିବା ପରେ ଘରର ମହିଳା ଜଣକ ଆଇସକ୍ରିମ ଡବା ଖୋଲୁ ଖୋଲୁ ତା ଭିତରେ ବିଛା ଥିବା ଦେଖିବାକୁ ପାଇଥିଲେ । ସୂଚନାନୁସାରେ ତିନି ଦିନ ପୂର୍ବେ ମୁମ୍ବାଇରେ ଏକ ଆଇସକ୍ରିମ ଭିତରୁ କଟା ଆଙ୍ଗୁଠି ମିଳିବା ପରେ ଏବେ ନୋଏଡାର ଏକ ଆଇସ୍କ୍ରିମ ଭିତରେ ବିଛା ବାହାରିଥିବା ଦେଖିବାକୁ ମିଳିଛି । ନୋଏଡା ଅଞ୍ଚଳରେ ଜଣେ ମହିଳା ଏକ ଅନଲାଇନ୍ ସପିଂ ପ୍ଲାଟଫର୍ମରେ ଆଇସ୍କ୍ରିମ୍ ଅର୍ଡର କରିଥିଲେ। ଯେତେବେଳେ ସେ ଆଇସକ୍ରିମ୍ ବାକ୍ସ ଖୋଲିଲେ, ତା ’ଭିତରେ ଏକ ବିଛା ମିଳିଲା । ଏହା ପରେ ଏହି ଘଟଣା ସମ୍ପର୍କରେ ମହିଳା ଜଣକ ଫୁଡ୍ ସେଫ୍ଟି ଡିପାର୍ଟମେଣ୍ଟ ଜଣାଇଥିଲେ ।
ଉକ୍ତ ମହିଳାଙ୍କ ଅଭିଯୋଗ ପରେ ଖାଦ୍ୟ ସୁରକ୍ଷା ବିଭାଗର ଏକ ଟିମ୍ ପୀଡିତା ମହିଳାଙ୍କ ଘରେ ପହଞ୍ଚିଥିଲେ ଏବଂ ପୁରା ଘଟଣା ବିଷୟରେ ପଚାରି ବୁଝିଥିଲେ । ଘଟଣା ବିଷୟରେ ଜାଣିବା ପରେ ଖାଦ୍ୟ ବିଭାଗ ଅନଲାଇନ୍ ସପିଂ ପ୍ଲାଟଫର୍ମର ସେହ ଷ୍ଟୋରରେ ପହଞ୍ଚିଥିଲେ । ସେଠାରୁ ସେମାନେ ଆଇସକ୍ରିମର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ନୋଏଡାର ସେକ୍ଟର ୧୨ରେ ରହୁଥିବା ଦୀପା ଶନିବାର ସକାଳେ ଅନଲାଇନ୍ ସପିଂ ଆପରୁ ଏକ ଜଣାଶୁଣା ବ୍ରାଣ୍ଡର ଭାନିଲା ଫ୍ଲେଭର ଆଇସକ୍ରିମ୍ ଅର୍ଡର କରିଥିଲେ । ଯେତେବେଳେ ସେ ଆଇସ୍କ୍ରିମ୍ ବାକ୍ସ ଖୋଲିଲେ, ସେ ଭିତରେ ଏକ ବିଛା ଥିବା ସେ ଦେଖିବାକୁ ପାଇଥିଲେ । ଏହା ପରେ ଦୀପା ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ ।