SunStarTV
ଚଳିତ ବିଶ୍ବକପରେ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ଚଳିତ ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ଆଶାନୁରୂପ ହୋଇପାରିନାହିଁ। ଗ୍ରୁପ୍ ସି’ରେ ଦୁଇଟି ମ୍ୟାଚ୍ ଖେଳି ନ୍ୟୁଜିଲାଣ୍ଡ ଉଭୟରେ ପରାସ୍ତ ହୋଇ ପଏଣ୍ଟ ତାଲିକାରେ ଖାତା ଖୋଲି ନପାରି ୫ମ ତଥା ସର୍ବନିମ୍ନ ସ୍ଥାନରେ ରହି ବିଦାୟ ନେଇଛି। ତେବେ ଟି-୨୦ ବିଶ୍ବକପରେ ଦଳର ଏପରି ପ୍ରଦର୍ଶନ ମଧ୍ୟରେ ନ୍ୟୁଜିଲାଣ୍ଡର ଅଭିଜ୍ଞ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।
ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅଭିଜ୍ଞ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଡ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପାପୁଆ ନ୍ୟୁ ଗିନି ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ପରେ ସେ ଏହି ଫର୍ମାଟକୁ ବିଦାୟ ଦେବେ ବୋଲି ସୂଚନା ଦେଇଛନ୍ତି। ଏଥର ଆଇସିସି ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ଦଳ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା।
ଟୁର୍ଣ୍ଣାମେଣ୍ଟର ମ୍ୟାଚ ପରେ ମ୍ୟାଚ ହାରି ଚାଲିଥିବାରୁ ସୁପର-୮ରେ ପହଞ୍ଚିବା ପାଇଁ ଏହା ଯଥେଷ୍ଟ ନଥିଲା। ତେବେ ନ୍ୟୁଜିଲାଣ୍ଡ ସୁପର-୮ରୁ ବାଦ୍ ପଡ଼ିବାକୁ ଗ୍ରହଣ କରିବା ମୁସ୍କିଲ ବୋଲି ବୋଲ୍ଟ କହିଛନ୍ତି । ଏଥିସହିତ ଦେଶ ପାଇଁ ଖେଳିବାର ସୁଯୋଗ ମିଳିବା ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି ସେ କହିଛନ୍ତି ।
ସୂଚନାମୁତାବକ ୨୦୧୧ ରେ ଡେବ୍ୟୁ କରିବା ପରେ ଟ୍ରେଣ୍ଟ ବୋଲ୍ଟ ନ୍ୟୁଜିଲ୍ୟାଣ୍ଡ ଦଳର ଏକ ଗୁରୁତ୍ବପୂର୍ଣ୍ଣ ସଦସ୍ୟ ରହିଆସିଛନ୍ତି। ତାଙ୍କର ଟି -୨୦ ବିଶ୍ବକପ, ODI ବିଶ୍ବକପ ଏବଂ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ଖେଳିବାର ଅଭିଜ୍ଞତା ଅଛି | ସେ ୨୦୧୪ ଠାରୁ ଚାରିଟି ଟି -୨୦ ବିଶ୍ବକପରେ ଭାଗ ନେଇଛନ୍ତି। ଏହି ଫର୍ମାଟର ବିଶ୍ବକପରେ ନ୍ୟୁଜିଲ୍ୟାଣ୍ଡ ଚମତ୍କାର ପ୍ରଦର୍ଶନ କରିଛି। କିନ୍ତୁ ଏହି ଋତୁ ପୂର୍ବରୁ ଦଳ ୨୦୧୪ଠାରୁ ପ୍ରତ୍ୟେକ ଥର ସେମିଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି |