SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଗକୁ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଯାହାକୁ ନେଇ ଚଳଚଞ୍ଚଳ ରଥଖଳା ଠାରୁ ଆରମ୍ଭ ପୁରୀ ସହର । ମହାପ୍ରଭୁଙ୍କ ରଥ ଯାତ୍ରା ଲାଗି ସରିଲାଣି ରଥ ଚକ ପ୍ରସ୍ତୁତ । କାରିଗରମାନେ ମହାପ୍ରଭୁଙ୍କ ଏହି ରଥ ଯାତ୍ରା ପାଇଁ ଦିନ ରାତି ଲାଗିଥିବା ବେଳେ ଚାଲିଛି ସମସ୍ତ ପ୍ରସ୍ତୁତି । ତେବେ ଏହାରି ଭିତରେ ଶ୍ରୀ ଗୁଣ୍ଡିଚାକୁ ନେଇ ଆସିଛି ଏକ ବଡ ଖବର । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଥିବା ବେଳେ ଚିନ୍ତାରେ ସେବାୟତ ।
ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ୨ ଦିନ ହେବ ଗୁଣ୍ଡିଚା ଯାତ୍ରା । ମହାପ୍ରଭୁ ଚଳିତ ଥର ୧୩ ଦିନ ଅଣସର ଘରେ ରହିବା ପରେ ଜୁଲାଇ ୭ ତାରିଖରେ ହେବ ଘୋଷ ଯାତ୍ରା । ତେବେ ୫୩ ବର୍ଷ ପରେ ଚଳିତ ଥର ୧୩ ଦିନ ପଡୁଛି ଅଣସର ନୀତି । ୧୫ ଦିନ ବଦଳରେ ଏଥର ୧୩ ଦିନ ଅଣସର ଘରେ ରହିବେ ଶ୍ରୀଜିଉ । ମହାପ୍ରଭୁଙ୍କ ନବ ଯୌବନ ହେବ ସତ କିନ୍ତୁ ମଳିବନି ମହାବାହୁଙ୍କ ଦର୍ଶନ । ତେବେ ସମୟ ଅଭାବ ଓ ନୀତି ଶୃଙ୍ଖଳା ପାଇଁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଯାହାକୁ ନେଇ ବର୍ତ୍ତମାନ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି ।
କାରଣ ଗୋଟିଏ ଦିନରେ ନେତ୍ରୋତ୍ସବ, ପହଣ୍ଡି ଲାଗି ସେନାପଟା ଓକୁସୁମି ଲାଗି ଥଇବାରୁ ବଢିଛି ସେବାୟତଙ୍କ ଚିନ୍ତା । ତା ଉପରେ ପୁଣି ରଥ ଯାତ୍ରା । ଯାହାକୁ ନେଇ ଚନ୍ତାରେ ସେବାୟତ । । ଏଭଳି ସ୍ଥିତିରେ ଗୋଟିଏ ଦିନରେ ରଥ ଯାତ୍ରା କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ସେବାୟତ । ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଦୁଇଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ପ୍ରଥମେ ନୀତି ସବ କମିଟି ବୈଠକରେ ରାଜେନ୍ଦ୍ରଭିଷେକଠାରୁ ସ୍ନାନ ପୂର୍ଣ୍ଣିମା ଯାଏ ନୀତି ନିର୍ଘଣ୍ଟ ହୋଇଛି । ଏହାପରେ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଂଟ ନେଇ ଆଲୋଚନା ହୋଇଛି ।