SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ବାଚନରେ ବଦଳିଛି ଓଡିଶାର ରାଜନିତି ଗଣିତ । ଭାଙ୍ଗିଛି ବିଜେଡି ସରକାର । ଓଡିଶାରେ ଆରମ୍ଭ ହୋଇଛି ମୋହନ ଯୁଗ । ଗତକାଲି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ଏହାପରେ ସେ ପାଲଟିଛନ୍ତି ଓଡିଶାବାସୀଙ୍କ ଜନ ନାୟକ ।ତେବେ ଓଡିଶାରେ ବିଜେଡି ହାରିବା ପରେ କିଏ ହେବ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ତାକୁ ନଇ ଯେତିକି ଚର୍ଚ୍ଚା ହେଉଥିଲା ତା ଠାରୁ ଅଧିକ ଚର୍ଚ୍ଚା ହେଉଥିଲା ମୁଖ୍ୟମନ୍ତ୍ରୀ ରହିବେ କେଉଁଠି । ନେତା ମନ୍ତ୍ରୀଙ୍କ ଠରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ମନରେ ଥିଲା ଏହି ଗୋଟିଏ ପ୍ରଶ୍ନ ମୁଖ୍ୟମନ୍ତ୍ରୀ ଚୟନ ହେବା ପରେ ସେ ରହିବେ କେଉଁଠି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୃହ ସନ୍ଧାନ କାର୍ଯ୍ୟକ୍ରମ ମଧ୍ୟ ଚାଲିଥିଲା । ଯାହା ଆଜି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ସ୍ଥାନ ଚୟନ ହୋଇଛି । ଏଥିସହିତ ବର୍ତ୍ତମାନ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେହି ସ୍ଥାନରେ ରହୁଥିବା ମଧ୍ୟ ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ ସେ କେଉଁଠି ରହିବେ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯାହାର ଅନ୍ତ ଘଟିଛି । ଦୀର୍ଘ ଦିନର ପରମ୍ପରା ଶେଷରେ ଭାଙ୍ଗିଛି ଆଉ ରାଜ୍ୟ ଅତିଥି ଭବନ ମୁଖ୍ୟମନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳ ହୋଇଛି । ଏଥିପାଇଁ ଅତିଥି ଭବନର ପ୍ରଥମ ମହଲାକୁ ପ୍ରସ୍ତୁତ କରାଯାଇଛି । ଏଥିସହିତ ଅବାଧରେ ମୁଖ୍ୟମନ୍ତ୍ରୀଙ୍କୁ ନେତା ଓ ଅଫିସର ଭଟୁଥିବା ମଧ୍ୟ ଜଣାପଡିଛି । ତେବେ ପୁରୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟ ଅତିଥି ଭବନରେ ସରକାରୀ ଅଧିକାରୀଙ୍କୁ ଡାକି ଆଲୋଚନା କରିଛନ୍ତି । ପ୍ରଥମେ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନଙ୍କ ସହ ଆଲୋଚନା କରିଥିବା ଜଣାପଡିଛି ।
ତେବେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଘ ୨୪ ବର୍ଷ ହେବ ନିଜ ବାସ ଭବନ ନବୀନ ନିବାସରୁ ରହି ରାଜ୍ୟର ଶାସନ ପରିଚାଳନା କରିଆସୁଥିବା ବେଳେ ବର୍ତ୍ତମାନ ତାହ ବଦଳି ଯାଇଛି । ନୂଆ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଘର ସନ୍ଧାନ କରାଯାଉଥିବା ବେଳେ ଅସ୍ଥାୟୀ ଭାବେ ରାଜ୍ୟ ଅତିଥି ଭବନକୁ ସିଏଓ ଭାବେ ବ୍ୟବହାର କରାଯାଉଥିବା ଜଣାପଡିଛି ।