SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ଥର ଶିକ୍ଷା ନିତିରେ ଏକ ପରିବର୍ତ୍ତନ ହୋଇଛି । ଉଚ୍ଚ ଶିକ୍ଷା ପାଇଁ ନାମ ଲେଖାରୁ ବଞ୍ଚିତ ହେବେ ନାହିଁ ଛାତ୍ର ଛାତ୍ରୀ । କାରଣ ୟୁଜିସିରେ ଆସିବାକୁ ଯାଉଛି ଏକ ବିରାଟ ପରିବର୍ତ୍ତନ । ଯାହାକୁ ନେଇ ବେଶ ଖୁସି ଅଛନ୍ତି ଛାତ୍ରଛାତ୍ରୀ । ଏଣିକି ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀ ବର୍ଷକୁ ଥରେ ନୁହେଁ ବରଂ ଦୁଇ ଥର ନାମ ଲେଖାଇ ପାରିବେ । ଆସନ୍ତା ୨୫ ତାରିଖରେ ହେବାକୁ ଥିବା ୟୁଜିସିର ୫୭୧ ତମ କମିଶନ ବୈଠକରେ ୟୁଜିସି ପକ୍ଷରୁ ଏହି ପ୍ରସ୍ତାବକୁ ଅନୁମୋଦନ ଦିଆଯିବ ବୋଲି ଜଣାପଡିଛି । ଏହାପରେ ଛାତ୍ରଛାତ୍ରୀମାନେ ବଷକ୍ଷକୁ ୨ ଥର ନାମ ଲେଖାଇ ପାରିବେ ।
ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀମାନେ ବର୍ଷ ୨ ଥର ନାମ ଲେଖାଇ ପାରିବେ । ଜୁଲାଇ ଅଗଷ୍ଟ ଓ ଜନୁଆରୀ –ଫ୍ରେବୃଆରୀ ମାସରେ ହେବ ନାମ ଲେଖା । ତେବେ ଏହି ନିୟମ ଚଳିତ ଶିକ୍ଷା ବର୍ଷରୁ ଲାଗୁ କରାଯିବ ବୋଲି ଜଣାପଡିଛି । ୟୁଜିସି ନିୟମ ଅନୁଯାୟୀ, ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନମାନେ ଗୋଟିଏ ଶିକ୍ଷା ବର୍ଷରେ ୨ଥର ନାମଲେଖାଇ ପାରିବେ । ଯେଉଁ ଏକାଡେମିକ୍ ନାମଲେଖା ଯଦି ଜୁଲାଇ- ଅଗଷ୍ଟରେ ଆରମ୍ଭ ହୁଏ ଏହାର ପାଠପଢ଼ା ମେ କିମ୍ବା ଜୁନ୍ ମାସରେ ସାରିବାକୁ ପଡ଼ିବ। ମୁକ୍ତ, ଦୂରନିରନ୍ତର ଶିକ୍ଷା ବା (ଡିଡିସି)ଏବଂ ଅନ୍ଲାଇନ୍ ମୋଡ୍ ଶିକ୍ଷାରେ ନାମଲେଖା ପାଇଁ ଏହାକୁ ଲାଗୁ କରାଯିବ। ଯେଉଁ ଶିକ୍ଷାନୁଷ୍ଠାନର ଭିଭିଭୂମି ଓ ଶିକ୍ଷକ ତଥା ଅଧ୍ୟାପକ ବ୍ୟବସ୍ଥା ଥିବ, ସେମାନେ ବର୍ଷକୁ ଦୁଇ ଥର ନାମଲେଖାଇ ପାରିବେ। ଏହା ବାଧ୍ୟତାମୂଳକ ନୁହେଁ । ଏହା କେବଳ ଉଚ୍ଚ ଶିକ୍ଷାନୁଷ୍ଠାନମାନେ ନିଜର ସକ୍ଷମ ଅନୁସାରେ କରିବେ। ନିଜର ସମସ୍ତ ସୁବିଧା ଓ ନିୟମ ଅନୁସାରେ କରିପାରିବେ।
ତେବେ ଏହି ନିୟମ ପାଇଁ ମେ ୧୫ରେ ୟୁଜିସି ବୈଠକରେ ଆଲୋଚନା ହୋଇଥିଲା । ଫଳରେ ଆସନ୍ତା ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବ ବୋଲି ଜଣାପଡିଛି ।