SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ବର୍ଷ ନିଟ ପରୀକ୍ଷା ଫଳାଫଳ ପ୍ରକାଶ ପାଇବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି । ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ମଧ୍ୟ ହୋଇଥିିଲା । ଯହାର ମାମଲା ପହଞ୍ଚିଥିଲା ସୁପ୍ରିମ କୋର୍ଟରେ । ଏଥିସହିତ ପରୀକ୍ଷାକୁ ରଦ୍ଦ କରିବା ସହ କାଉନସେଲିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ ହୋଇଥିଲା। ଯାହାରା ଶୁଣାଣି କରିି ସୁପ୍ରିମ୍ କୋର୍ଟ କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନାକରିଦେଇଥିଲେ । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶନ୍ତୋଷ ପ୍ରକାଶ ପାଇବା ସହ ପୁଣିଥରେ ସୁପ୍ରିମ କୋର୍ଟର ଦ୍ୱାରସ୍ତ ହୋଇଥିଲେ ଛାତ୍ରଛାତ୍ରୀ । ଫଳରେ ଏହି ଘଟଣାର ପୁନଃ ବିଚାର କରି ଆଜି ସୁପ୍ରିମ କୋର୍ଟ ବଡ ରାୟ ଦେଇଛନ୍ତି । ଫଳରେ ଯହାକୁ ଜାଣି ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ,ଚଳିତ ନିଟ୍ ୟୁଜି ପରୀକ୍ଷାରେ ଦେଖାଦେଇଥିଲା ଅନିୟମିତିତା ଏଥିସହିତ ୧୫୬୩ ଛାତ୍ରଛାତ୍ରୀଙ୍କୁ ଗ୍ରେସ ମାର୍କ ମିଳିଥିବା ମଧ୍ୟ ଅଭିଯୋ ହୋଇଥିଲା । ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ଏକ ବଡ ରାୟ ଦେଇଛନ୍ତି । ଶୁଣାଣି ସମୟରେ ଏନଟିଏ ସ୍ପଷ୍ଟ କରିଛି ଯେ, ଯେଉଁ ୧୫୬୩ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ମିଳିଥିଲା ତାହାକୁ ରଦ୍ଦ କରାଯିବ । ଏହାସହ ସେମାନଙ୍କ ପାଇଁ ପୁଣିଥରେ ପରୀକ୍ଷା ଆୟୋଜିତ କରାଯିବ । ଛାତ୍ରଛାତ୍ରୀଙ୍କୁ ଏନଟିଏ ଦୁଇଟି ବିକଳ୍ପ ଦେଇଛି, ପୁଣିଥରେ ନିଟ୍ ପରୀକ୍ଷା ଦିଅନ୍ତୁ ନଚେତ ଗ୍ରେସ ମାର୍କ ବିନା ନିଟ୍ ୟୁଜି କାଉନସିଲିଂରେ ସାମିଲ ହୁଅନ୍ତୁ । ଆସନ୍ତା ୨୩ ଜୁନରେ ୧୫୬୩ ଜଣ ଛାତ୍ରଛାତ୍ରୀ ପୁଣିଥରେ ନିଟ୍ ପରୀକ୍ଷା ଦେବା ପରେ କାଉନସିଲିଂରେ ବସିବେ । ଜୁନ୍ ୩୦ ସୁଦ୍ଧା ଏନଟିଏ ନିଟ୍ ପରୀକ୍ଷା ଫଳ ପ୍ରକାଶ କରିବ । ଚଳିତଥର ନିଟ୍ ପରୀକ୍ଷାରେ ୬୭ ଜଣ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି । ହରିୟାଣାର ଏକ ସେଣ୍ଟରରୁ ୬ ଜଣ ୭୨୦ ନମ୍ବର ରଖିଥିଲେ । ଯାହାକୁ ନେଇ ସନ୍ଦେହ ଉପୁଜିଥିଲା ଏବଂ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।
ତେବ ଏହି ଘଟଣା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ମତ ରଖିଛନ୍ତି । ସେ କହିଛନ୍ତି ନିଟ୍ ପରକ୍ଷାରେ କୌଣସି ତ୍ରୁଟି ହୋଇ ନାହିଁ । ପୂର୍ଣ୍ଣ ସ୍ୱସ୍ଥତାର ସହ ପରୀକ୍ଷା ହେବା ସହ କୌଣସି ପ୍ରଶ୍ନ ପତ୍ର ଲିକ ହୋଇ ନଥିବା କହିଛନ୍ତି ଶ୍ରୀଯୁକ୍ତ ପ୍ରଧାନ । ସେ ଆହୁରୀ ମଧ୍ୟ କହିଛନ୍ତି ଯଦି ଏହି ଘଟଣରେ କେହି ଦୋଷା ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।