SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ସମୟ ପୂର୍ବରୁ ଓଡିଶାରେ ପ୍ରବେଶ କରିଛି ମୌସୁମୀ । କିନ୍ତୁ ଏଯାଏଁ ଓଡିଶାରେ ସକ୍ରିୟ ହୋଇପାରୁ ନାହିଁ ମୌସୁମୀବାୟୁ । କାରଣ ଓଡିଶାରେ ପାଗ ଅନୁକୂଳ ନଥିବାରୁ ମୌସୁମୀ ମାବକାଲଗିରିରୁ ଆଗକୁ ବଢିପାରୁ ନଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ବର୍ଷାକୁ ଚାତକ ପରି ଚାହିଁବସିଛନ୍ତି ରାଜ୍ୟବାସୀ । ଏହା ସତ୍ତ୍ୱେ କେତେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ଦକ୍ଷିଣ ଓଡିଶାରେ ଆଜି ଝଡ ତୋଫାନ ହେବା ସହ ବର୍ଷା ହେବାର ସମ୍ଭାବନା ରହିଛି । ଖାସ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡା, ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ଏହି ସମୟରେ ଘଣ୍ଟାପ୍ରତି ୩୦ରୁ ୪୦ବେଗରେ ପବନ ବହିବାର ସମ୍ଭାବନ ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । କନ୍ଧମାଳ ବାଲିଗୁଡାରେ ୯୬ ମିଲି ମିଟିର ବର୍ଷା ରେକର୍ଡ କରାଯାଇଥିବା ଥିବା ନବରଙ୍ଗପୁରର କୋଷାଗୁମୁଡାରେ ୭୬.୨ ମିମି ବର୍ଷା ରେକର୍ଡ ହୋଇଛି । ଏସହିପରି ତେନ୍ତୁଳିଖୁଣ୍ଟିରେ ମଧ୍ୟ ୫୨ ମିମି ବର୍ଷା ହୋଇଥିବା ଜଣାପଡିଛି । ଏହାବ୍ୟତୀତ ଆଭ୍ୟନ୍ତରୀରଣ ଓଡିଶା ଉତ୍ତର ଓ ପଶ୍ଚିମ ଓଡିଶାର କେତେକ ସ୍ଥାନରେ ହାଲୁକାରରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ତେବେ ଉପକୂଳ ଓଡିଶାରେ ୧୫ ତାରିଖରକୁ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ପାଣିପଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି । ଫଳରେ ଗ୍ରୀଷ୍ମ ପ୍ରବାହ ସାମାନ୍ୟ କମିବା ସହ କାଳବୈଶାଘୀ ବର୍ଷାର ପ୍ରଭାବ ବଢିବ ବୋଲି ଜଣାପଡିଛି । ତେବେ ବୁଧବାର ଦକ୍ଷିଣ ପଶ୍ଚିମ ମୌସୁମୀ ମହାରାଷ୍ଟ୍ର ଓ ଛତିଶଗଡ଼ର କିଛି ଅଞ୍ଚଳ, ସମ୍ପୂର୍ଣ୍ଣ ତେଲେଙ୍ଗାନାକୁ ସ୍ପର୍ଶ କରିଛି। ଆଗାମୀ ୩ରୁ ୪ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳ ସମେତ ଆନ୍ଧ୍ର ଉପକୂଳ ଓ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଅଞ୍ଚଳକୁ ସ୍ପର୍ଶ କରିବା ନେଇ ପାଗ ଅନୁକୂଳ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।