SunStarTV
ଇଟାଲୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ । କାର୍ଯ୍ୟକାଳ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପ୍ରଥମଥର ପାଇଁ ସେ ବୈଦେଶିକ ଗସ୍ତରେ ଯାଉଛନ୍ତି।
ସୂଚନା ମୁତାବକ ବାର୍ଷିକ ଜି୭ ସମ୍ମିଳନୀରେ ଯୋଗଦେବା ପାଇଁ ଜୁନ୍ ୧୩ ରେ (ଗୁରୁବାର )ଇଟାଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବୈଦେଶିକ ସଚିବ ବିନୟ ମୋହନ କ୍ୱାଟ୍ରା କହିଛନ୍ତି, ଜୁନ ୧୪ ରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୦ ତମ ଜି୭ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ।
ମିଳିଥିବା ସୂଚନା ଅନୁସାରେ ଇଟାଲୀର ଆପୁଲିଆରେ ଏହି ସମ୍ମିଳନୀ ଆୟୋଜିତ ହୋଇଛି । କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ବୈଦେଶିକ ଗସ୍ତ ହେବ ।
ସୂଚନା ଅନୁଯାୟୀ, ଜି୭ ସମ୍ମିଳନୀରେ ଯୋଗଦେବାକୁ ଥିବା ଦେଶର ମୁଖ୍ୟମାନେ ହେଉଛନ୍ତି – ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଜି୭ ସମ୍ମିଳନୀରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଯୋଗଦେବାର ସମ୍ଭାବନା ରହିଛି ।