ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ରାଜ୍ୟର ଚଳିତ ବର୍ଷର ଶେଷ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକ ଲୋକସେବା ଭବନରେ ସନ୍ଧ୍ୟା ୫. ୩୦ ସମୟରେ ବସିବାକୁ ଯାଉଛି । ଏହି ବୈଠକରେ ଅଧ୍ୟକ୍ଷତା କରିବେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ମୁଖ୍ୟମନ୍ତ୍ରୀ ପ୍ରାୟ ୧୨ ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲଗାଇପାରନ୍ତି ।
ତୃତୀୟ ଥର ପାଇଁ ରାଜ୍ୟ କୃଷି ପ୍ରାଣୀଧନ ବିପଣନ ଅଧ୍ୟାଦେଶକୁ ମଧ୍ୟ ମିଳିପାରେ କ୍ୟାବିନେଟ ମଞ୍ଜୁରୀ । ଓଏଏସ କ୍ୟାଡର୍ ପୁନର୍ଗଠନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିବା ସମ୍ଭାବନା ଅଛି ।ଅନ୍ୟ ପକ୍ଷରେ ଉଚ୍ଚଶିକ୍ଷା ବିଭାଗ ପୂର୍ତ୍ତବିଭାଗ, ଆଇନ୍ ବିଭାଗର ମଧ୍ୟ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ।