SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଜି ସନ୍ଧ୍ୟା ୫ଟାରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ମୋହନ ମାଝୀ । ଏନେଇ ଭୁବନେଶ୍ୱରରେ ପୋଲିସ ଛାଉଣୀ ହେବା ସହ ସୁରକ୍ଷା ବ୍ୟବସ୍ତାକୁ ମଧ୍ୟ କଡାକଡି କରାଯାଇଛି । ତେବେ ଶପଥ ଗ୍ରହଣ ପୂର୍ବରୁ ଭାବି ମୁଖ୍ୟମନ୍ତ୍ରୀ ବୀର ପୁତ୍ରଙ୍କୁ ମାଲ୍ୟାର୍ପଣ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଔପଚାରିକ ଭାବେ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ ତାଙ୍କୁ ଶପଥ ସମାରୋହରେ ସାମିଲ ହେବାକୁ ମଧ୍ୟ ନିମନ୍ତ୍ରଣ ଦେଇଥିବା ଜଣାପଡିଛି । ତେବେ ଗତକାଲି ବିଜେପିର ୫ ବରିଷ୍ଠ ନେତା ନବୀନ ନିବାସ ଆସି ବିଜେଡି ସୁପ୍ରିମୋଙ୍କୁ ନିମନ୍ତ୍ରଣ କାର୍ଡ ଦେଇଥିବା ସହ ଶପଥ ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ । ସେହିପରି ଆଜି ମଧ୍ୟ ନବୀନ ନିବାସ ଆସିଛିନ୍ତି ଓଡିଶାର ହେବାକୁ ଥିବା ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଶପଥ ଗ୍ରହଣ ସମାରୋହକୁ ଆସିବାକୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି ।
ତେବେ ନୂଆ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଫେରିବା ପରେ ଗଣମାଧ୍ୟମ ନିକଟରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆସିଥିଲି ଏଥିସହିତ ନବନିର୍ମିିତ ସରକାରକୁ ଆଶୀର୍ବାଦ କରିବାକୁ ଅନୁରୋଧ କଲି । ଏଥିସହିତ ଆଜି ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ନବୀନ ପଟ୍ଟନାୟକଙ୍କୁ ସାମିଲ ହେବାକୁ ଅନୁରେଧ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ଗ୍ରହଣ କରିବା ସହ ଶପଥ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କହିଛନ୍ତି ନବୀନ ପଟ୍ଟନାୟକ । ଏଥିସହିତ ନବ ନିର୍ମିତ ସରକାରଙ୍କୁ ମଧ୍ୟ ଆଶୀର୍ବାଦ କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି ନବୀନ ।