SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଜି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ମୋହନ ମାଝୀ । ଏନେଇ ଜନତା ମୈଦାନରେ ଭବ୍ୟ ଆୟୋଜନ ହୋଇଛି । ମୋହନ ମାଝୀଙ୍କ ଶପଥ ପାଠ ଉତ୍ସବରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ବିଶିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହିବେ । ଏନେଇ ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯିବ ସହ ଟ୍ରାଫିକ କଟକଣା ମଧ୍ୟ ଜାରି କରାଯାଇଛି । ଅପରାହ୍ନ ୨ଟାଉ ସନ୍ଧ୍ୟା ୭ ଯାଏ ଏହି ଟ୍ରାଫିକ କଟକଣା ଜାରି ରହିବ । ଏନେଇ କମିସନରେଟ୍ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜୟଦେବବିହାରରୁ ନାଲ୍କୋ ଛକ ଓ ସଂଲଗ୍ନ ଗଳିରାସ୍ତାରେ ସାଧାରଣ ଯାନବାହାନ ଚଳାଚଳକୁ ବାରଣ କରାଯାଇଛି। କେବଳ ଶପଥ ଗ୍ରହଣ ଉତ୍ସବକୁ କର୍ମୀ ତଥା ସମର୍ଥକଙ୍କୁ ନେଇ ଆସୁଥିବା ଗାଡ଼ିମାନେ ପୁଲିସ ନିର୍ଦ୍ଦେଶନାମା ରୁଟ୍ରେ ଯାତାୟାତ କରିପାରିବେ।
ସେହିପରି ଟ୍ରଫିକ କଟକଣା ସମୟରେ କଟକ ପଟୁ ଆସୁଥିବା ବସ୍ଗୁଡ଼ିକ ରସୁଲଗଡ଼ ରେଲ୍ୱେ ଓଭରବ୍ରିଜ୍ ଠାରୁ ସର୍ଭିସ୍ ରୋଡ୍ରେ ଆସି ବାଣୀବିହାର ଛକ ଦେଇ ଆଚାର୍ଯ୍ୟବିହାର ଛକରୁ ଡାହାଣକୁ ଯିବେ ଏବଂ ଆପୋଲୋ ହସ୍ପିଟାଲ୍, ସୈନିକ ସ୍କୁଲ୍ ରାସ୍ତା ଦେଇ OSAP ୭ମ ବାଟାଲିଅନ ପଡ଼ିଆ ଗେଟ୍ ପାଖରେ ଯାତ୍ରୀଙ୍କୁ ଓହ୍ଲାଇବେ। ତେବେ ସମର୍ଥକଙ୍କୁ ନେଇ ଆସିଥିବା ଗାଡି ଗୁଡିକ ନାଲ୍କୋ ଛକ, କଳିଙ୍ଗ ହସ୍ପିଟାଲ୍ ରାସ୍ତା ଓ ରେଲ୍ୱେ କଲୋନି ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ୍ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍ରେ ପାର୍କିଂ କରିପାରିବେ। ଏହାବ୍ୟତୀତ ଖୋର୍ଦ୍ଧା ଆଡୁ ଆସୁଥିବା ବସ୍ ଗୁଡ଼ିକ ଜୟଦେବବିହାର ଫ୍ଲାଏଓଭର ବ୍ରିଜ୍ ଅତିକ୍ରମ କଲାପରେ ସର୍ଭିସ୍ ରୋଡ୍ ଦେଇ ଆଚାର୍ଯ୍ୟ ବିହାର ଛକରୁ ଆପୋଲୋ ହସ୍ପିଟାଲ୍ ଓ ସୈନିକ ସ୍କୁଲ୍ ରାସ୍ତା ଦେଇ OSAP ୭ମ ବାଟାଲିଅନ ପଡ଼ିଆ ଗେଟ୍ ପାଖରେ ସମର୍ଥକ ମାନଙ୍କୁ ଓହ୍ଲାଇବେ ଏବଂ ନାଲ୍କୋ ଛକ ଦେଇ କଳିଙ୍ଗ ହସ୍ପିଟାଲ୍ ରାସ୍ତାରେ ରେଲୱେ କଲୋନି ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ୍ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍ ରେ ପାର୍କିଂ କରିପାରିବେ। ସେହିଭଳି ନନ୍ଦନକାନନ ପଟୁ ଆସୁଥିବା ବସ୍ଗୁଡ଼ିକ ଓମ୍ଫେଡ୍ ଛକରୁ ଏମ୍ସିଏଲ୍ ଅତିଥିଭବନ ଓ ପ୍ରେସ୍ କଲୋନି ଛକରୁ OSAP ୭ମ ବାଟାଲିଅନ ପଡ଼ିଆ ଗେଟ୍ ପାଖରେ ଯାତ୍ରୀ/ସମର୍ଥକ ମାନଙ୍କୁ ଓହ୍ଲାଇବେ।