SunstarTV
ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ହେବେ ଭାରତୀୟ ସ୍ଥଳସେନାର ପରବର୍ତ୍ତୀ ମୁଖ୍ୟ ହେବେ ବୋଲି ସୂଚନା ମିଳିଛି । ସେ ଚଳିତମାସ ୩୦ ତାରିଖରେ ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ । ଏଥିନେଇ ମଙ୍ଗଳବାର ପ୍ରତିରକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆସନ୍ତା ୩୦ ତାରିଖରେ ସେ ବର୍ତ୍ତମାନ ସେନା ମୁଖ୍ୟ ରହିଥିବା ମନୋଜ ପାଣ୍ଡେଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ବୋଲି ଏଥିରେ କୁହାଯାଇଛି।
ରେୱା ସୈନିକ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ଶ୍ରୀ ଦ୍ବିବେଦୀ ୧୯୮୪ ମସିହାରେ ଜମ୍ମୁ କାଶ୍ମୀର ରାଇଫଲ୍ସ ଡିଭିଜନରେ ଯୋଗ ଦେଇ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଭାରତୀୟ ସେନାରେ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଥିବା ଶ୍ରୀ ଦ୍ବିବେଦୀଙ୍କ ଦୀର୍ଘ ୩୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି।
ସୂଚନାମୁତାବାକ ଉପେନ୍ଦ୍ର ୧୯୬୪ରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୮୪ ଡିସେମ୍ବର ୧୫ ତାରିଖରେ ସେ ସ୍ଥଳସେନାର ଇନଫେଣ୍ଟାରୀ ରେଜିମେଣ୍ଟର ‘ଜେ.କେ ରାଇଫଲ୍ସ’ରେ ଯୋଗଦାନ କରିଥିଲେ । ଏହାପରେ ସେ ବିଭିନ୍ନ ରେଜିମେଣ୍ଟର କମାଣ୍ଡ ନେଇଥିଲେ । ଉତ୍ତର-ପୂର୍ବ ଭାରତରେ ସେ ‘ଆସାମ ରାଇଫଲ୍ସ’ର କମାଣ୍ଡର ଭାବେ କାର୍ଯ୍ୟ କରିବା ପରେ ଇଷ୍ଟ-ଜୋନର ମହାନିର୍ଦ୍ଦେଶକ ମଧ୍ୟ ହୋଇଥିଲେ । ପରେ ସେ ‘ଜେନେରାଲ ଇନଫେଣ୍ଟାରୀ’ର ମହାନିର୍ଦ୍ଦେଶକ ଓ ଉତ୍ତର-କମାଣର କମାଣ୍ଡିଂ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଏବେ ସେ ସ୍ଥଳସେନାର ଉପମୁଖ୍ୟ ଦାୟିତ୍ବରେ ରହିଛନ୍ତି । ଦୀର୍ଘ ୪୦ ବର୍ଷରୁ ଅଧିକ ସାମରିକ କ୍ୟାରିୟରରେ ପାଇଁ ଭାରତ ସରକାର ‘ଅତିବିଶିଷ୍ଟ ସେବା ମେଡାଲ’ ଓ ‘ପରମ ବିଶିଷ୍ଟ ସେବା ମେଡାଲ’ ମଧ୍ୟ ପ୍ରଦାନ କରିଛନ୍ତି ।