SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିଥିଲେ ମଧ୍ୟ ଏବେବି ତାତିରୁ ମିଳୁନି ତ୍ରାହି । ଫଳରେ ଗରମରେ ସନ୍ତୁଳି ହେଉଛିନ୍ତି ସାଧରଣ ଜନତା । ତେବେ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି । ଏହି ଖରା ଗରମକୁ ଆଖିଆଗରେ ରଖି ଏବଂ ପାଣିପାଗ ବିଭାଗର ସକର୍ତକତାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ଦିନ ଜାରି ହୋଇଥିବା ପାରମର୍ଶରେ ପାଣିପାଦ ବିଭାଗ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ତାତି ହେବାର ଚେତାବନୀ ଦେଇଛନ୍ତି । ଫଳରେ ବିହାରର ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସନ୍ନି ସିହ୍ନା ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଯାହାର ନକଲ ଶିକ୍ଷାମନ୍ତ୍ରୀ ସଚିବ ତଥା ରାଜ୍ୟର ସମସ୍ତ ଜିଲ୍ଲା ମଜିଷ୍ଟ୍ରେଟଙ୍କ ନିକଟକୁ ପଠାଇଛନ୍ତି ଏବଂ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ପାଣିପାଗ ବିଭଗର ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଆସନ୍ତା ୫ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ଖରା ଗରମ ସହ ତାତି ଜାରି ରହିବ । ଯାହାକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ସ୍କୁଲକୁ ୫ ଦିନ ଅର୍ଥାତ୍ ଜୁନ୍ ୧୧ ରୁ ଜୁନ୍ ୧୫ ତାରିଖ ଯାଏଁ ଛୁଟି ରହିବ । ସିହ୍ନା କହିଛନ୍ତି ଯେ ରାଜ୍ୟର ସମସ୍ତ ବିଦ୍ୟାଳୟ ଜୁନ୍ ୧୭ ତାରିଖରେ ଖୋଲିବ । ତେବେ ଏହି ଛୁଟି ସମ୍ବନ୍ଧିୟ ସୂଚନା ସମସ୍ତ ନିର୍ଦ୍ଦେଶକ, ଅତିିରିକ୍ତ ନିର୍ଦ୍ଦେଶକ, ମାଡ୍ରାସାର ପ୍ରଶାସକ ସଂସ୍କୃତ ,ତ୍ତସ୍ୱତନ୍ତ୍ର ନିର୍ଦ୍ଦେଶକ ତଥା ସମସ୍ତ ଦାୟିତ୍ୱବାନ ଅଧିକାରୀଙ୍କ ନିକଟକୁ ପଠାଯାଇଛି ।
ତେବେ ଓଡିଶାରର ସ୍କୁଲ ଛୁଟି କଥା ଯଦି ଦେଖିବା ତେବେ ଓଡିଶଆରେ ଜୁନ୍ ୧୭ ତାରିଖରେ ସମସ୍ତ ସ୍କୁଲ ଖୋଲିବା ନେଇ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ମାସ ପ୍ରବଳ ଖରା ଗରମ ଥିବାରୁ ଏବଂ ତାପମାତ୍ରା ବୃଦ୍ଧି ପାଉଥିବାରୁ ରାଜ୍ୟର ସମସ୍ତ ସ୍କୁଲରେ ଖରାଛୁଟି ଶୀଘ୍ର ଦିଆଯାଇଥିଲା । ଓଡିଶାରେ ମୌସୁମୀ ପ୍ରବେଶ କରିବାରୁ ବର୍ତ୍ତମାନ ଆଉ କିଛି ନିଦ ପରେ ତାତିରୁ ତ୍ରାହି ମିଳିବ । ତେଣୁ ସମସ୍ତ ସ୍କୁଲ ଜୁନ୍ ୧୭ରୁ ହିଁ ଖୋଲୁଥିବା ଜଣାପଡିଛି ।