SUNSTARTV
ଗ୍ରୀଷ୍ମ ଋତୁ ଆସିଲେ ବଜାରରେ ଆମ୍ବର ଚାହିଦା ବଢିଥାଏ । ଗଛରେ ଆମ୍ବ ପାଚିବା ପୂର୍ବରୁ ହିଁ ଏହା ବଜାରରେ ବିକ୍ରୀ ହେବା ଆରମ୍ଭ ହୋଇଯାଏ । ଆମ୍ବ ରସ ଠାରୁ ଆରମ୍ବ କରି ଗୋଟା ଆମ୍ବ ଏପରି କି ଫୁଡ ସାଲାଡରେ ମଧ୍ୟ ଏହା ରହିଥାଏ । ତେବେ କିଛି ଲୋକ ଚିନ୍ତା କରନ୍ତି ଯେ ଆମ୍ବ ପାଚିବା ପୂର୍ବରୁ ଏହା ବଜାରରେ କେମିତି ମିଳିଛି । ତେବେ ଏହାର ପ୍ରକୃତ ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଯଦି ବି ବଜାରରୁ ଆମ୍ବ କିଣି ଖାଉଛନ୍ତି ଏବଂ ଏହାକୁ ଖୁବ ପସନ୍ଦ କରୁଛନ୍ତି ତେବେ ଏହି ଲେଖାଟିକୁ ସମ୍ପୂର୍ଣ୍ଣ ପଢି ନିଅନ୍ତୁ । କାରଣ ଏନେଇ ଏଫଏସଏସଏଆଇ ଏକ ଚେତାବନି ବାର୍ତ୍ତା ଜାରି କରିଛି ।
ଏଫଏସଏସଏଆଇର ସୂଚନା ଅନୁଯାୟୀ, ଆଜିକାଲି ବଜାଜରରେ ମିଳୁଥିବା ଆମ୍ବ ପ୍ରାକୃତିକ ଉପାୟରେ ପାଚି ନଥାଏ । ଏହାକୁ କୃତ୍ରିମ ଉପାୟରେ ପଚାଯାଇଥାଏ । ଯେଉଁଥିରେ ବିଭିନ୍ନ ପ୍ରକାରର ମାରାତ୍ମକ କେମିକାଲ ରହିଥାଏ । ଏହି ରାସାୟନିକ ପଦାର୍ଥ ଆମ ସ୍ୱାସ୍ଥ୍ୟ ପାଇଁ ବହିତ କ୍ଷତି କାରକ ହୋଇଥାଏ । ତେଣୁ ଯେତେବେଳେ ଯାଏଁ ସଠିକ ଭାବରେ ସିଜନ ଆସି ନାହିଁ ଆପଣମାନେ ଆମ୍ବ ଖାଆନ୍ତୁ ନାହିଁ । ଫୁଡ ସେପ୍ଟି ଆଣ୍ଡ ଅଥୋରେଟି ଅଫ ଇଣ୍ଡିଆ ଏହାକୁ ନେଇ ଲକଙ୍କୁ ସତର୍କ କରାଇଛି ।
ଏଫଏସଏସଏଆଇ ତାର ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ ସେୟାର କରିଛି । ଯେଉଁଥିରେ ଲେଖିଛି ଆମ୍ବ ଅବା କାହାକୁ ଭଲ ନ ଲାଗେ , କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଏହି ଆମ୍ବକୁ ବିଶାକ୍ତ ରାସାୟନିକ ପଦାର୍ଥ ମାଧ୍ୟମରେ କୃତ୍ରିମ ଉପାୟରେ ପଚାଯାଇଥାଏ । ଆମ୍ବ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିପାରେ । ତେବେ ଆମ୍ବ କିଣିବା ପୂର୍ବରୁ ଏହା ନିଶ୍ଚିତ କରି ନିଅନ୍ତୁ ଯେ ଆପଣଙ୍କ ଆମ୍ବ #FSSAI ର ମାନ ଅନୁସାରେ ହିଁ କୃତ୍ରିମ ଉପାୟରେ ପାଚିଛି ।
आम भला किसे पसंद नहीं, पर क्या आपको पता है कि खतरनाक केमिकल से कृत्रिम रूप से पकाए गए #आम आपका स्वास्थ्य बिगाड़ सकते हैं? आम खरीदने से पहले यह ज़रूर सुनिश्चित कर लें कि आपका आम #FSSAI के तय मानकों के अनुसार ही कृत्रिम रूप से पकाया गया हो।#NoToAdulteration #FSSAI @MoHFW_INDIA pic.twitter.com/GQfpHvux7a
— FSSAI (@fssaiindia) June 9, 2024