SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଓଡିଶାରେ ଭାଙ୍ଗିଛି ବିଜେଡି ସରକରା । ଫଳରେ ବଦଳିଛି ରାଜନୀତି ଗଣିତ । ଶାକକ ଦଳରୁ ବିରୋଧୀ ଦଳ ହୋଇଛି ବିଜେଡି । ତେବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ଓଡିଶାରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ତା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ଏହାରି ଭିତରେ ଲୋକସଭା ବଚସ୍ପତି ପଦକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଯେଉଁଥିରେ କଟକ ସାଂସଦ ଭର୍ତ୍ତହରି ମହତାବଙ୍କ ନାଁ ଆଗରେ ରହିଛି ।
ତେବେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଭର୍ତ୍ତୃହରିଙ୍କୁ ନେଇ ଖବର ପ୍ରକାଶ ପାଉଛି । କୁହାଯାଉଛି ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିରେ ଭତ୍ତୃହରି ମହତାବଙ୍କୁ ବାଚସ୍ପତିର ଦାୟିତ୍ୱ ମିଳିପାରେ । ତେବେ କିଛି କାରଣ ପାଇଁ ବାଚସ୍ପତି ପଦବୀ ପାଇଁ ଭତ୍ତୃହରିଙ୍କୁ ଏହି ଦାୟିତ୍ୱ ମିଳିପାରେ ବୋଲି ଆଲୋଚନା ହେଉଛି । ତେବେ ବର୍ତ୍ତମାନ ଆସନ୍ତୁ ନଜର ପକାଇବା କେଉଁ କାରଣ ପାଇଁ ଭତ୍ତୃହରିଙ୍କୁ ମିଳିବ ବାଚସ୍ପତି ଦାୟିତ୍ୱ
ଏହି ସବୁ କାରଣ ପାଇଁ ଭର୍ତ୍ତୃହରି ମହତାବ ଙ୍କୁ ମିଳିପାରେ ବାଚସ୍ପତି ଦାୟିତ୍ୱ :
୬ ଥର ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି ଭତ୍ତୃହରି ମହତାବ
ଭଲ ବିତର୍କ କରିପାରନ୍ତି ଭତ୍ତୃହରି
୪ ଥର ସଂସଦ ରତ୍ନ ଆୱାର୍ଡ
୨୦୧୭ରେ ଆଉଟଷ୍ଟାଣ୍ଡିଂ ପାର୍ଲ୍ୟାମେଣ୍ଟାରିଆନ ଆୱାର୍ଡ
ସବୁ ରାଜନୈତିକ ଦଳ ସହ ସୁସଂପର୍କ
ଅଭିଜ୍ଞତା ଓ ସଂସଦରେ ବରିଷ୍ଠତା ଦୃଷ୍ଟିରୁ ବାଚସ୍ପତି ପଦ ପାଇଁ ଦାବିଦାର