SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଇଜି-ସିଏମ ସିକ୍ୟୁରିଟି ତଥା ବରିଷ୍ଠ ଆଇପିଏସ ଆଶିଷ ସିଂଙ୍କ ଅଡୁଆ ବଢିଛି । ଆଶିଷଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେିଛନ୍ତି ନିର୍ବାଚନୀ ଅଧିକାରୀ । ଆଇପିଏସ୍ ଅଫିସର ଆଶିଷ କୁମାର ସିଂ ମିଛ ମେଡିକାଲ କାରଣ ଦର୍ଶାଇ ଛୁଟିରେ ଥିବରୁ ତାଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ଏନେଇ ଭାରତୀୟ ନିର୍ବାଚନ କମିସନ ଏମସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ୱର ଏମସ ପକ୍ଷରୁ ଏକ ମେଡିକାଲ ବୋର୍ଡ ଗଠନ କରି ଆଶିଷ ସିଂ ସ୍ୱାସ୍ଥ୍ୟବସ୍ଥା ଯାଂଚ କରି ସୁସ୍ଥ ଥିବା ରିପୋର୍ଟ ଦିଆଯାଇଛି । ଏମସ ମେଡିକାଲ ବୋର୍ଡର ରିପୋର୍ଟ ଅନୁସାରେ ଆଶିଷ ସିଂ ମାନସିକ ଓ ଶାରିରୀକ ଭାବେ ସୁସ୍ଥ ଅଛନ୍ତି ।
ତେବେ ଆପିଏସ ଅଫିସର ଆଶିଷ ସିଂ ସ୍ୱାସ୍ଥ୍ୟାବସ୍ଥା କାରଣ ଦେଖାଇ ମେ ୪ରୁ ଛୁଟିରେ ରହିଥିଲେ । କିନ୍ତୁ ବିଜେପିର ଅଭିଯୋଗ ପରେ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ ଆୟୋଗ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ପାଇଁ ଏକ ମେଡିକାଲ ବୋର୍ଡ ଗଠନ କରି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଯାହାକୁ ନେଇ ନିର୍ବାଚନ ଅଧିକାରୀ କହିଛନ୍ତି, ଏମ୍ସ ଭୁବନେଶ୍ୱରର ଏକ ସ୍ୱତନ୍ତ୍ର ମେଡିକାଲ୍ ବୋର୍ଡ ଆଶିଷ ସିଂଙ୍କ ଡାକ୍ତରୀ ପରୀକ୍ଷା କରିଛି । ମେଡିକାଲ ବୋର୍ଡର ରିପୋର୍ଟ ଅନୁଯାୟୀ ଆଶିଷ ସିଂ ଶାରୀରିକ ତଥା ମାନସିକସ୍ତରରେ ଫିଟ ରହିଛି । ଆଶିଷ ସିଂ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଭୁଲ୍ ତଥ୍ୟ ଦେଇ ଛୁଟିରେ ରହିଥିବାରୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଇସିଆଇ ।