SUNSTARTV
ସନଷ୍ଟାରଟିଭି ବ୍ୟୁରୋ : ହିନ୍ଦୁ ଧର୍ମରେ ଅନେକ ଶାସ୍ତ୍ର ପୁରାଣ ରହିଛି । ସେଥିମଧ୍ୟରୁ ଜ୍ୟୋତିଷ ଶାସ୍ତ୍ର ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ଶାସ୍ତ୍ର ମାଧ୍ୟମରେ ଜ୍ୟୋତିଷ ବିଶାରଦ ମନେ ଗ୍ରହ ନକ୍ଷତ୍ରଙ୍କ ଗଣନା ଠାରୁ ଆରମ୍ଭ କରି ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ବିଷୟରେ ମଧ୍ୟ କହିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ମତ ଅନୁସାରେ କୁଣ୍ଡଳରେ ଥବା ଗ୍ରହଙ୍କ ସ୍ଥିତି ଅନୁସାରେ ବ୍ୟକ୍ତିର କିଛି ଅଭାସ୍ୟ ତାର ଜୀବନରେ ଏବଂ ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ଫଳରେ ବ୍ୟକ୍ତି ତାର ଜୀବନରେ କିଛି ଖରାପ ଅଭ୍ୟାସକୁ ।ପଣାଇ ନିଏ । ତେଣୁ ବ୍ୟକ୍ତି ତାର ଦୈନନ୍ଦିନ ଜୀବନ ଉପରେ ନଜର ଦେବା ଆବଶ୍ୟକ । ପ୍ରକୃତରେ ବ୍ୟକ୍ତିର ଏହି ଖରାପ ଅଭ୍ୟାସର କାରଣ ଗ୍ରହ ଦେଷ ପାଇଁ ହୋଇଥାଏ । ଯାହାଫଳରେ ଜୀବନରେ ଅବେକ ସମସ୍ୟା ଆସିବା ସହ ବିଭଇନ୍ନ ପ୍ରକାର ଅସୁବିଧାର ମଧଅୟ ସମ୍ମୁଖୀନ ହେବାକୁ ପଡେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଗ୍ରହ ଦୋଷ ପାଇଁ ବ୍ୟକ୍ତି କେଉଁ ସବୁ ଖରାପ ଅଭ୍ୟାସରେ ପଡିଥାଏ ।
ମଦ ପିଇବାର ଅଭ୍ୟାସ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ନିକଟରେ ମଦ ପିଇବାର ଅଭ୍ୟାସ ଥାଏ ଏହା ବଡ ଗ୍ରହ ଦେଷର କାରଣ ହୋଇଥାଏ । ପ୍ରକୃତରେ ମଦ ସେବନ କରିବା ପରେ ବ୍ୟକ୍ତି ତାର ନିଜ ନିୟନ୍ତ୍ରଣରେ ରହି ନଥାଏ । ଫଳରେ ସେ ଭୁଲ କାମ କରିବା ସହ ଅନ୍ୟମାନଙ୍କ ପ୍ରତି ଖରାପ ବ୍ୟବହାର ମଧ୍ୟ କରିଥାଏ । ତେବେ କୁଣ୍ଡଳିରେ ଥିବା ଗ୍ରହ ଦୋଷ ପାଇଁ ଏପରି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେପେଯଉଁମାନଙ୍କ ଗ୍ରହରେ ଶନି ସାଢେ ସାତି ଚାଲୁଛି ସେମାନେ ଭୁଲରେ ବିମଦ ସେବନ କରନ୍ତୁ ନାହିଁ । ଏପରି ଯଦି କିଛି ଖରାପ ଅଭ୍ୟାସ ଅଛି ତେବେ ଏହାକୁ ପରିବର୍ତ୍ତନ କରିବାକୁ ପ୍ରୟାସ କରନ୍ତୁ ଏଥିସହିତ ଠାକୁରଙ୍କ ପ୍ରତି ଭକ୍ତି ଭାବ ରଖନ୍ତୁ ।
ସକାଳୁ ଡେରିରେ ଉଠିବା : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ସକାଳୁ ଡେରିରେ ଉଠିବାର ଅଭ୍ୟାସ ଅଛି ତେବେ ଏହା ଗ୍ରହ ଦେଷର ବଡ କାରଣ ହୋଇଥାଏ । ପ୍ରକୃତରେ ସକାଳୁ ଡେରିରେ ଉଠିବା ଦ୍ୱାରା କୁଣ୍ଡଳିରେ ସୂର୍ଯ୍ୟ ଦୋଷ ଉତ୍ପନ ହୋଇଥାଏ । ଏଥିସହିତ କେବେ କେବେ ଯେଉଁଠାରେ ଆପମ କାମ କରୁଛନ୍ତି ସେଠାରେ ସହେଯାଗୀଙ୍କୁ ଅପମାନିତ କରନ୍ତୁ ନାହିଁ ।
ବଡମାନଙ୍କୁ ଅସମ୍ମାନ କରିବାର ଅଭ୍ୟାସ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ସଦା ସର୍ବଦା ବଡମାନଙ୍କୁ ବେସମ୍ମାନ କରନ୍ତି କିମ୍ବା ଗୁରୁ ଗୁରୁଜନଙ୍କୁ ଅପମାନିତ କରନ୍ତି ତେବେ ଏହା କୁଣ୍ଡଳୀରେ ଗେରହ ଦୋଷର କାରଣ ହୋଇପାରେ । ଏହା କୁଣ୍ଡଳିରେ ଗୁରୁ ଦୋଷକୁ ବୃଦ୍ଧି କରାଇଥାଏ । ଫଳରେ କ୍ୟାରିୟରରେ ଅସଫଲା ମିଲିବା ସହ ଅନେକ ପ୍ରକାରସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେଣୁ ଏପରି ଅଭ୍ୟା, ଥିଲେ ତୁରନ୍ତ ଏହାକୁ ପରିବର୍ତ୍ତନ କରନ୍ତୁ ।
ଜୀବଜନ୍ତୁଙ୍କୁ ହଇରାଣ କରିବାର ଅଭ୍ୟାସ: ଜ୍ୟୋତିଷ ଶାସ୍ତ୍ର ମତରେ କେବେ ବି କୌଣସି ଜୀବଜନ୍ତୁଙ୍କୁ ହଇରାଣ କରିବା ୁଚିତ୍ ନୁହେଁ । ଯଦି କୌଣସି ବ୍ୟକ୍ତି ଜୀବଜନ୍ତୁଙ୍କୁ ହଇରାଣ କରନ୍ତି ତେବେ ତାଙ୍କ କୁଣ୍ଡଳୀରେ ବଡ ଗ୍ରହ ଦୋଷ ଦେଖାଦେଇଥାଏ । ଏହି ଅଭ୍ୟାସ କୁଣ୍ଡଳୀରେ କେତୁ ଦୋଷକୁ ଦୁର୍ବଳ କରିଥାଏ । ଫଳରେ ବ୍ୟକ୍ତିର ଜୀବନରେ ଅଶାନ୍ତି ଲାଗି ରହିବା ସହ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ ।