SunstarTV
ତାତିରୁ ମିଳିବ ଶାନ୍ତି । ଆସୁଛି ମୌସୁମୀ । ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଖୁବ୍ ଶୀଘ୍ର ଏଥିରୁ ମୁକ୍ତି ମିଳିବ ବୋଲି ସୂଚନାମିଳୁଛି। ଚଳିତଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ପୂର୍ବରୁ ଆଣ୍ଡମାନ ଏବଂ କେରଳ ଛୁଇଁଥିବା ବେଳେ ଆଗାମୀ ୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।
୨-୩ ଦିନ ଭିତରେ ଏହା ଦକ୍ଷିଣ ଓଡ଼ିଶା ଛୁଇଁବା ପରେ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ତେବେ ଏହା ପୂର୍ବରୁ ରାଜ୍ୟରେ ବିଶେଷ କରି କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁରରେ ପ୍ରାକ୍ମୌସୁମୀ ଜନିତ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଆଶଙ୍କା ରହିଛି।