SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଗତ କିଛି ଦିନ ହେବ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଖବର ମଧ୍ୟ ସାମ୍ନାକୁ ଆସିଛି । ଏହି ଦମ୍ପତ୍ତି ପରସ୍ପର ଠାରୁ ଅଲଗା ହେବାର ଖବର ସୋସିଆଲ ମିଡିଆରେ ଖୁବ ଭାରରାଲ ହୋଇଥିଲା । କୁହାଯାଉଥିଲା ଯେ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ ତାଙ୍କ ସ୍ୱାମୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୈବାହିକ ଜୀବନ କିଛି ଠିକ୍ ଚାଲୁ ନାହିଁ ଫଳରେ ଉଭୟ ପରସ୍ପର ଠାରୁ ଅଲଗା ହୋଇପାରନ୍ତି । ଯାହାକୁ ଜାଣିବା ପରେ ଉଭୟଙ୍କ ଫ୍ୟାନ୍ସ ଉଦାସ ହେବା ସହ ଏହି ଦମ୍ପତ୍ତିଙ୍କ ମଧ୍ୟରେ ସବୁକିଛି ଯେପରି ଠିକ୍ ହୋଇଯାଉ ତାହା ଚାହୁଁଥିଲେ । କିନ୍ତୁ ଏହି ଖବରକୁ ନେଇ ଉଭୟ ମୁଁହ ଖୋଲି ନଥିଲେ । ହେଲେ ନତାଶା ନିଜ ନାମରୁ ପାଣ୍ଡ୍ୟା ହଟାଇବା ସହ ସ୍ୱାମୀଙ୍କ ସବୁ ଫଟୋ ହଟାଇ ଦେଇଥିବାରୁ ଦୁହେଁ ଅଲଗା ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା।
ହେଲେ ଏବେ ଏସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ନତାଶା। କ୍ୟାମେରା ଆଗକୁ ଆସି ପ୍ରତିକ୍ରିୟା ଦେଇନଥିଲେ ବି ସେ ଇନଷ୍ଟାଗ୍ରାମ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି। ସେ ଯେଉଁ ସବୁ ଫଟୋକୁ ଇନଷ୍ଟାରୁ ହଟାଇ ଦେଇଥିବା କୁହାଯାଉଥିଲା ବା ତାଙ୍କ ପେଜରେ ନଜର ଆସୁନଥିଲା, ଏବେ ସେ ସବୁ ଫଟୋ ରିଷ୍ଟୋର ହୋଇଛି। ପ୍ରଥମେ ଭାଲେଣ୍ଟାଇନ ଡେ ଓ ବିବାହର ଫଟୋ ନତାଶାଙ୍କ ପ୍ରୋଫାଇଲରେ ନଜର ଆସୁନଥିବା ବେଳେ ଏବେ ତାହା ନତାଶାଙ୍କ ପ୍ରୋଫାଇଲରେ ଦେଖିପାରୁଛନ୍ତି ଲୋକେ।
ବର୍ତ୍ତମାନ ନତାଶାଙ୍କ ଷ୍ଟୋରୀ ହିଣ୍ଟରୁ ଲାଗୁଛି ଯେ, ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିଛି । ନତାଶା ଷ୍ଟାନକୋଭିକ୍ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜ ପେଟ୍ ଡଗର ଏକ ଫଟୋ ସେୟାର କରିଛନ୍ତି । କୁକୁରଟି ପିଙ୍କ କଲର ସାର୍ଟ ପିନ୍ଧି ବହୁତ କ୍ୟୁଟ ଲାଗୁଛି । ଏହି ସମୟରେ ଯେଉଁ ଜିନିଷ ଧ୍ୟାନ ଆକର୍ଷଣ କରୁଛି ତାହା ଏହି ଫଟୋରେ ଲେଖାଯାଇଥିବା ଟେକ୍ସଟ୍ ଅଟେ । ନତାଶା ଲେଖିଛନ୍ତି ଯେ, ବେବି ରିବର ପାଣ୍ଡ(ୟା)ଏ । ଏହାକୁ ନେଇ ସମସ୍ତେ ଦାବି କରିଛନ୍ତି ଯେ, ନତାଶା ହିଣ୍ଟ ଦେଇଛନ୍ତି ସେ ବର୍ତ୍ତମାନ ମଧ୍ୟ ପାଣ୍ଡ୍ୟାଙ୍କ ସହ ଅଛନ୍ତି ।ତେବେ ନତାଶାଙ୍କ ଏଭଳି କାମ ଦୁହିଁଙ୍କ ପ୍ରଶଂସକଙ୍କୁ ଖୁସି କରାଇଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ କରିଛନ୍ତି। ଜାଣିଶୁଣି ଏଭଳି ଦୁହେଁ କରିଥିବା ଲୋକେ ଦାବି କରିବା ଆରମ୍ଭ କରିଛନ୍ତି।
View this post on Instagram