SunstarTV
BSKY ଯୋଜନାକୁ ନେଇ ସ୍ବାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ କରଣ ଦେଇଥିବା ବେଳେ ଏହାକୁ ନେଇ ମୁଖ୍ୟ ଶାସନ ସଚିତ କିଛି ଏପରି କହିଛନ୍ତି । ପୂର୍ବରୁ ବିଏସକେଓ୍ବାଇ କାର୍ଡରେ ଯେମିତି ସୁବିଧା ମିଳୁଥିଲା ବର୍ତ୍ତମାନ ବି ସେମିତି ସୁବିଧା ମିଳିବ। ଏନେଇ ଲୋକଙ୍କ ମଧ୍ୟରେ କିଛି ଦ୍ବନ୍ଦ ନରହିବା ଉଚିତ। ପୂର୍ବରୁ ଯେମିତି ହସ୍ପିଟାଲ ଓ ସରକାରୀ ଡାକ୍ତରଖାନା ମାନଙ୍କରେ ବିଏସକେଓ୍ବାଇ କାର୍ଡ ବ୍ୟବହାର କରାଯାଉଥିଲା ସେମିତି କରାଯିବା ଏହା ସହିତ ହେଉଁ ହସ୍ପିଟାଲରେ ଏହି କାର୍ଡଧାରୀଙ୍କୁ ଫେରାଇ ଦିଆଯାଉଛି ଏହା ପାଇଁ ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା ସୂଚନା ଦେଇ ଏହା ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏହା ପାଇଁ ୧୦୪ ନମ୍ବର ଜାରି କରିଛି । ବିଏସକେ କାର୍ଡ ଯେଉଁ ହସ୍ପିଟାଲ ନ ନେଉଛନ୍ତି ଜରୁରୀ କାଳୀନ ନମ୍ବର କଲ କରିବାକୁ କୁହାଯାଇଛି | ଏହା ସହିତ ରୋଗୀମାନଙ୍କୁ ଚିକିତ୍ସାରେ ଅବହେଳା କିମ୍ବା ଡିସଚାର୍ଚ୍ଚ କରିବାରେ ଅବ୍ୟବସ୍ଥା କରିଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି ।
ସୂଚନାମୁତାବକ କିଛି ହସ୍ପିଟାଲେରେ ନୂଆ ସରକାର ଆସୁଥିବାରୁ BSKY କାମ କରିବନି କହି କେଉଁଠି ରୋଗୀଙ୍କୁ ଫେରାଇ ଦିଆଯାଉଥିଲା । ରାଜ୍ୟର କିଛି ଘରୋଇ ମେଡ଼ିକାଲ୍ ଏବଂ କ୍ଲିନିକ ପକ୍ଷରୁ ରୋଗୀଙ୍କୁ ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଥିଲା।