SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ବିଏସକେୱାଇ କାର୍ଡଧାରୀଙ୍କୁ ଏବେ ଘାରିଛି ଚିନ୍ତା । କାରଣ ବନ୍ଦ ହେବାକୁ ଯାଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ନବୀନ ସରକାରଙ୍କ ସହ ଶେଷ ହେବାକୁ ଯାଉଛି ସେ କା ର୍ଯ୍ୟକାରୀ କରିଥିବା ଯୋଜନାସବୁ । ତେବେ ଚଳିତ ନିର୍ବାଚନରେ ବିଜେଡି ହାରିବା ପରେ ଓଡିଶାରେ ଶେଷ ହୋଇଛି ବିଜେଡି ଶାସନ । ଫଳରେ ତାଙ୍କ ଶାସନ କାଳ ସମୟରେ ହୋଇଥିବା ବିଏସକେୱାଇ ଯୋଜନା ବନ୍ଦ ହୋଇଯିବ ବୋଲି ବର୍ତ୍ତମାନ ସବୁଠି ଆଲୋଚନା ହେଉଛି । ଏପରି କି ବର୍ତ୍ତମାନ ବିଭିନ୍ନ ଭରୋଇ ହସ୍ପିଟାଲରୁ ଡାକ୍ତରମାନେ ରୋକିକୁ ଫେରାଇ ଦେଲେଣି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସମସ୍ତଙ୍କ ମନରେ ଏବେ ସେହି ଗୋଟିଏ ପ୍ରଶ୍ନ କଣ ସତରେ ବନ୍ଦ ହୋଇଯିବ ବିଏସକେୱାଇ ? ସତରେ କଣ ଅଉ ମିଳିବ ନାହିଁ ମାଗଣା ଡାକ୍ତରୀ ସେବା ? ତେବେ କେବଳ ବିଏସକେୱାଇ ନା ଅନ୍ୟସବୁ ଯୋଜନା ବି ବନ୍ଦ କରିବ ବିଜେପି ସରକାର ? ଏହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା । ତେବେ ସତରେ ଯଦି ଏହି ଏହିସବୁ ଯୋଜନା ବନ୍ଦ ହୋଇଯାଏ ତାହାଲେ ଓଡିଶାର ଗରିବ ଏବଂ ଖଟିଖିଆଙ୍କ ଅବସ୍ଥା କଣ ହେବ ? ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ମୋ ବସ ସେବାରେ ୫ ଟଙ୍କାରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଥିଲେ , ୫ଟଙ୍କିଆ ଆହାର କେନ୍ଦ୍ରରେ ପେଟପୁରାଇ ଖାଇବା ଖାଉଥିଲେ ମିଶନଶକ୍ତିରେ ମହିଳାମାନେ ରୋଜଗାର କ୍ଷମ ହୋଇପାରୁଥିଲେ ।
ତେବେ ରାଜ୍ୟବାସୀଙ୍କ ସୁବିଧା ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୮ ମସିହା ଅଗଷ୍ଟ ୧୫ ତାରିଖରୁ ଲାଗୁ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନାରେ ରାଜ୍ୟର ସମସ୍ତ ସରକାରୀ ମେଡିକାଲ ସହ ୧୯୨ ଟି ବେସରକାରୀ ହସ୍ପିଟାଲରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଯେଉଁଥିରେ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳାମାନଙ୍କୁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । କିନ୍ତୁ ବର୍ତ୍ତମାନ ଯାହା ଖବର ଆସୁଛି ମୁଖ୍ୟମନ୍ତ୍ରୀଙ୍କ ଏହି ଜନକଲ୍ୟାଣକାରୀ ଯୋଜନା ବନ୍ଦ ହେବାକୁ ଯାଉଛି । ତେବେ ଏହା ପରିବର୍ତ୍ତେ ଲାଗୁ ହେବ ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ଯୋଜନା । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟସଭାପତି ମନମୋହନ ସାମଲ । ସେ କହିଛନ୍ତି ବିଏସକେୱାଇରେ ଭଲ ସୁବିଧା ମିଳୁ ନାହିଁ । ଲୋକେ ବହୁ ଅସୁବିଧା ଭୋଗୁଛନ୍ତି । ଫଳରେ ଓଡିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା ଏବଂ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ।
ଏହାସହ ନିର୍ବାଚନ ପୂର୍ବରୁ ବିଜେପି ଯାହା ପ୍ରତିଶୃତି ଦେଇଥିଲା ତାହା ସବୁ କାର୍ୟ୍ୟକାରୀ କରାଯିବ । ଲୋକେ ନିର୍ବାଚନ ଲଢୁଥିଲେ । ରାଜ୍ୟରେ ଲୋକଙ୍କ ସରକାର ହେବ। ୬ ତାରିଖ ଦିନ ନେତା ଚୟନ ପାଇଁ ଯେଉଁ ଦିନ ଧାର୍ୟ୍ୟ ହୋଇଥିଲା, ତାହା ଟିକେ ବିଳମ୍ବ ହେଇପାରେ। ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବେ, ତାହା ଫାଇନାଲ ହେବ । ୧୦ ତାରିଖରେ ଜଣେ ଓଡ଼ିଆ ପୁଅ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ମନମୋହନ କହିଛନ୍ତି । ଚାନ୍ଦବାଲି ଜନତା ଯାହା ଆଶୀର୍ବାଦ ଦେଲେ, ତାହା ସାଦରେ ଗ୍ରହଣ କରୁଛି । ଯେଉଁ ଦାୟିତ୍ୱ ମିଳିବ, ତାହା ତୁଲାଇବେ ବୋଲି କହିଛନ୍ତି ମନମୋହନ ।