SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ୨୪ ନର୍ବାଚନରେ ଫୋକସରେ ଥିଲା ଓଡିଶା ରଜନୀତି । ବିଜେପି ନେତାଙ୍କ ଘନ ଘନ ଓଡିଶା ଗସ୍ତ ଶେଷରେ ଆଣିଲା ପରିବର୍ତ୍ତନ । ଓଡିଶାରେ ଭାଙ୍ଗିଲା ୨୪ ବର୍ଷର ବିଜେଡି ସରକାର । ଦୀର୍ଘ ଅଢେଇ ଦଶନ୍ଧି ଧରି ଓଡିଶାରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶାସନ କରିଆସୁଥିଲେ । କିନ୍ତୁ ଗତକାଲି ବଦଳିଗଲା ଓଡିଶାର ରାଜନୀତି ପାଣିପାଗ । ସରିଗଲା ନବୀନ ଯୁଗ । ୮୦ ଟି ବିଧାସସଭା ଆସନ ସହ ୨୦ ଟି ଲୋକସଭା ଆସନକୁ ନିଜ ଖାତାକୁ ନେଲା ଭାରତୀୟ ଜନତା ପାର୍ଟି । ଫଳରେ ଓଡିଶାରେ ପ୍ରଥମ କରି ସରକାର ଗଢିବ ବିଜେପି । କିନ୍ତୁ ଏହିସବୁ ଭିତରେ ଓଡିଶାରେ କିଏ ହେବ ମୁଖ୍ୟମନ୍ତ୍ରୀ ? କାହାକୁ ମିଳିବ ନବୀନଙ୍କ ସ୍ଥାନ ? ତାକୁ ନେଇ ଚାଲିଛି ସବୁଠି ଚର୍ଚ୍ଚା ।
ଏହି ମୁଖ୍ୟମନ୍ତ୍ରୀ ରେସରେ ବିଜେପିର ଅନେକ ଅଭିଜ୍ଞ ଏବଂ ବରିଷ୍ଠ ନେତାଙ୍କ ନାଁ ରହିଥିବା ବେଳେ ବିଜେପି କେନ୍ଦ୍ରୀୟ ନେତୃତ୍ୱ କାହାକୁ ବାଛିବେ ଚା ଉପରେ ରହିଛି ସମସ୍ତଙ୍କ ନଜର । ଜଣେ ଓଡିଆ ପୁଅ ଓଡିଶା ମୁଖ୍ୟମନ୍ତ୍ରୀ ହେବେ ବୋଲି ଅନେକ ବିଜେପି ନେତା କହୁଥିବା ବେଳେ ଜୁନ୍ ୧୦ ତାରିଖରେ ସେ ଶପଥ ନେବେ ବୋଲି ମଧ୍ୟ କହୁଥିଲେ । ଯାହା ସତ ହେବାକୁ ଯାଉଛି । ଏହି ମୁଖ୍ୟମନ୍ତ୍ରୀ କଥା ଯେବେ ବିଜେପି କହିବା ଆରମ୍ଭ କରିଥିଲା ସେତେବେଳେ କିଛି ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ଏବଂ ଆଜି ମଧ୍ୟ ସେହିମାନଙ୍କ ନାଁ ଆଗରେ ରହିଛି । ତେବେ ପ୍ରଥମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଆଗରେ ରହିଥିବା ବେଳେ ଦୀର୍ଘ ୧୦ ବର୍ଷ ଧରି ସେ ମୋଦି ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପର୍ଣ୍ଣ ବିଭାଗ ସମ୍ଭାଳି ଆସୁଛନ୍ତି । ଓଡ଼ିଶାରେ ଦଳର ତୃଣମୂଳ ସଂଗଠନକୁ ବିଛାଇ ମଜଭୁତ କରିବାରେ ତାଙ୍କ ଭୂମିକାକୁ କେହି ଅଣଦେଖା କରି ପାରିବେ ନାହିଁ । ୨୦୧୪ରୁ୨୦୧୯ ମଧ୍ୟରେ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ଦଳ ପରିବ୍ୟାପ୍ତ କରି ମୁଖ୍ୟ ବିରୋଧୀ ଦଳର ଗାଦିକୁ ଅକ୍ତିଆର କରିଥିଲା । ସେ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଥିଲେ ବୋଲି କୁହାଯାଉଥିଲା । ଏ ନିର୍ବାଚନରେ ସେ ସମ୍ବଲପୁର ଲୋକସଭାରୁ ଲଢ଼ି ଲକ୍ଷାଧିକ ଭୋଟରେ ନିର୍ବାଚିତ ହୋଇଛନ୍ତି । ରାଜ୍ୟଯାକ ବୁଲି ବିଜେଡି ସରକାର ବିରୋଧରେ ଘନଘନ ପ୍ରଚାର କରିବା ସହ ବିଜେପି ସପକ୍ଷରେ ଜନମତ ସୃଷ୍ଟି କରିବା ଦିଗରେ ଅତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ଏଣୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସେ ଆଗରେ ବୋଲି ଚର୍ଚ୍ଚା ହେଉଛି ।
ସେହିପରି ଦ୍ୱିତୀୟରେ ଅଛନ୍ତି କେନ୍ଦ୍ରାପଡାର ନିର୍ବାଚିତ ସାଂସଦ ବୈଜୟନ୍ତ ପଣ୍ଡା । ସେ ୨୦୧୪ରେ ବିଜେପିରେ ସାମିଲ ହୋଇଥିବା ବେଳେ ସେ ବିଜେପି ରଷ୍ଟ୍ରୀୟ ଉପାଧ୍ୟକ୍ଷ ମଧ୍ୟ ରହିଛିନ୍ତି । ବୈଜନ୍ତ ବିଜେଡି ଛାଡି ବିଜେପିରେ ସାମିଲ ହେବା ପରେ ଓଡିଶାରେ ବିଜେଡି ପାଇଁ ସେ ମୁଖ୍ୟ ବିରୋଧୀ ସାଜିଥିଲେ । ଫଳରେ ତାଙ୍କ ନାଁଂ ମଧ୍ୟ ମୁଖ୍ୟମନ୍ତ୍ରୀ ତାଲିକାରେ ସାମିଲ ଅଛି । ଏହାପରେ ତୃତୀୟରେ ରହିଛନ୍ତି ପାଟଣାଗଡ ବିଧାୟକ କନକ ବର୍ତ୍ତନ ସିଂହ ଦେଓ ।୨୦୦୦ ବିଜେଡି-ବିଜେପି ମେଣ୍ଟ ସରକାର ଚାଲିଥିବା ବେଳେ ରୁ ୨୦୦୯ ମଧ୍ୟରେ ନବୀନ ମନ୍ତ୍ରିମଣ୍ଡଳରେ ଶିଳ୍ପ ଓ ସରକାରୀ ଉଦ୍ୟୋଗ, ନଗର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ କନବର୍ଦ୍ଧନ । ପାଟଣାଗଡ଼ରୁ ସେ ୧୯୯୫ରୁ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୯ରେ ପରାଜିତ ହେବା ପରେ ପୁଣି ଏବେ ବିଜୟୀ ହୋଇଛନ୍ତି । ତେଣୁ ତାଙ୍କ ନାଁ ମଧ୍ୟ ଏହି ମୁଖ୍ୟମନ୍ତ୍ରୀ ରେସରେ ସାମିଲ ଅଛି ।
କନକ ବର୍ତ୍ତନ ପରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ , ପୁରୀ ସାଂସଦ ସମ୍ବିତ ପାତ୍ର, ଭୁବନେଶ୍ୱର ସାସଂଦ ଅପରାଜିତା ଷଡଙ୍ଗୀ ଧାମନଗରର ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ନାଁ ମଧ୍ୟ ଏହି ଦୌଡରେ ସାମିଲ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏମାନଙ୍କ ମଧ୍ୟରୁ କାହା ପଖାରେ ସାରକାର ଚଳାଇବାର ପ୍ରକୃତ କ୍ଷମତା ରହିଛି ଏବଂ କିଏ ସେହି ପଦବୀ ପାଇଁ ଉପଯୁକ୍ତ ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ବର୍ତ୍ତମାନ ଧର୍ମେନ୍ଦ୍ର ପ୍ରଧାନ, ସୂର୍ଯ୍ୟବଂଶୀ ସୁରଜ ଏବଂ ବୈଜୟନ୍ତ ପଣ୍ଡାଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଥିବା ଜଣା ପଡିଛି । ଏମାନଙ୍କ ନାଁ ମଧ୍ୟରେ ଆଇ ଏ ଏସ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାଁ ମଧ୍ୟ ସାମିଲ ରହିଛି । ଯିଏକି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଛି । କିନ୍ତୁ ଏମାନଙ୍କ ଭିତରୁ ବିଜେପି କେନ୍ଦ୍ରୀୟ ନେତୃତ୍ୱ କାହାକୁ ମୁଖ୍ୟମନ୍ତ୍ରୀ ବାଛିବେ ନାଁ ଓଡିଶାବାସୀଙ୍କୁ ସପ୍ରାଇଜ ଦେବେ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଜୁନ୍ ୧୦ରେ ହିଁ ଜଣା ପଡିବ ଓଡିଶାରେ କିଏ ସରକାର ଗଠନ କରିବ ଏବଂ ମୁଖ୍ୟମନ୍ତ୍ରୀଙ୍କ ଶାସନ ଗାଦିରେ ବସିବ ।