SunstarTV
ସମସ୍ତଙ୍କ ନଜର ଉତ୍ତରପ୍ରଦେଶର ଆମେଠି ଲୋକସଭା ଆସନ ଉପରେ ଥିବା ବେଳେ ସବୁଠାରେ କଂଗ୍ରେସକୁ ଶୁଭେଚ୍ଛାର ସୁଅ ଛୁଟୁଛି | ଏଠାରେ ବିଜେପିର ସ୍ମୃତି ଇରାନୀ ଏବଂ କଂଗ୍ରେସର କିଶୋରୀ ଲାଲ ଶର୍ମାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ଲିଡ କରୁଛନ୍ତି କିଶୋରୀ ଲାଲ ଶର୍ମା। ଭୋଟ୍ ଗଣନାରେ ଏପର୍ଯ୍ୟନ୍ତ କଂଗ୍ରେସର କିଶୋରୀ ଲାଲ ଆଗୁଆ ଥିବା ଜଣାପଡିଛି। ସେ ବିଜେପିର ସ୍ମୃତି ଇରାନୀଙ୍କୁ ପଛରେ ପକାଇ ଦେଇଛନ୍ତି। ସେ୮୨,୫୭୯ ଭୋଟରେ ଆଗୁଆ ଅଛନ୍ତି। ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ କିଶୋରୀ ଲାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
କିଶୋରୀ ଲାଲଙ୍କୁ ଅଭିନନ୍ଦନ ଜଣାଇ ପ୍ରିୟଙ୍କା ଗାନ୍ଧୀ ସୋସିଆଲ ମିଡିଆରେ ଲେଖିଛନ୍ତି, ଯେ…
‘କିଶୋରୀ ଭୟା, ମୋର ଆପଣଙ୍କ ଉପରେ କୌଣସି ସନ୍ଦେହ ନଥିଲା, ମୁଁ ଆରମ୍ଭରୁ ନିଶ୍ଚିତ ଥିଲି ଯେ ତୁମେ ଜିତିବ। ତୁମକୁ ଏବଂ ଆମେଠିଙ୍କର ମୋର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ!
ଗତ କୋଡିଏ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର କେହି ଏଠାରୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରୁନାହାଁନ୍ତି। ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇପାରିବ ବୋଲି ଆଲୋଚନା ହୋଇଥିଲା। କିନ୍ତୁ ପରେ କଂଗ୍ରେସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି କିଶୋରୀ ଲାଲ ଶର୍ମାଙ୍କ ନାମ ଘୋଷଣା କରିଥିଲା। ଏଥର ୧୩ ଜଣ ପ୍ରାର୍ଥୀ ଆମେଠିରୁ ନିର୍ବାଚନ ଲଢ଼ୁଛନ୍ତି।
ସୂଚନାମୁତାବକ ୨୦ ମଇରେ ପଞ୍ଚମ ପର୍ଯ୍ୟାୟରେ ଏଠାରେ ମତଦାନ ଅନୁଷ୍ଠିତ ହୋଇଥିଲା | ନିର୍ବାଚନ ଆୟୋଗଙ୍କ ଅନୁଯାୟୀ ଆମେଠିରେ ମୋଟ 5୪.୩୪ ପ୍ରତିଶତ ମତଦାନ ହୋଇଛି।