SUNSTARYV
୨୪ ସାଧାରଣ ନିର୍ବାଚନରେ ଆଜି ଚାଲିଛି ଭୋଟ ଗଣତି । ଲୋକସଭା ସହିତ ୨ଟି ରାଜ୍ୟର ବିଧାନସଭା ନିର୍ବାଚନର ହେଉଛି ଗଣତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଟ୍ରେଣ୍ଡରେ ରହିଛି ବିଜେପି । ୧୪୭ ବିଧାନସଭା ଆସନରୁ ବର୍ତ୍ତମାନ ସୁଦ୍ଧା ୧୪୧ ବିଧାନସଭା କ୍ଷେତ୍ରର ଟ୍ରେଣ୍ଡ ସାମ୍ନାକୁ ଆସିଛି । ଏହାରି ଭିତରେ ବଦଳିଛି ଓଡିଶାର ରାଜନୀତି । ବର୍ତ୍ତମାନ ସୁଦ୍ଧା ବିଜେଡି ମାତ୍ର ୫୪ଟି ବିଧାନସଭା ସିଟ୍ ନିଜ ଖାତାକୁ ନେଇଥିବା ବେଳେ ବିଜେପି ଛୁଇଁଛି ମ୍ୟାଜିକ ନମ୍ବର । ସେ ଓଡିଶାର ୭୪ଟି ବିଧନସଭା ଆସନକୁ ନିଜ ଅକ୍ତିଆରରେ ରଖିଛି । ସେହିପରି କଂଗ୍ରେସ ମଧ୍ୟ କଡା ଟକ୍କର ଦେଇଛି । କଂଗ୍ରେସ ଖାତାରେ ବର୍ତ୍ତମାନ ସୁଦ୍ଧା ୧୩ ବିଧାନସଭା ଆସନ ରହିଛି । ତେବେ ଘଷିପୁରାରେ ବିଜେଡି ବିଜେପି କୁ ଫଛରେ ପକାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ । ସେ ଘଷିପୁରା ବିଧାନସଭା ଆସନରେ ଆଗରେ ରହିଛନ୍ତି । ତେବେ ଓଡିଶାରେ ସରକାର ଗଠନ କରିବା ପାଇଁ ମ୍ୟାାଜିକ ନମ୍ବର ୭୪ ଥିବା ବେଳେ ପ୍ରାରମ୍ଭକ ଟ୍ରେଣ୍ଡରେ ୭୪ ଆସନରେ ଆଗୁଆ ରହିଛି ।
ତେବେ ଚଳିତ ଥର ହଟସିଟ୍ରେ ରହିଥିଲା ଓଡିଶା ରାୀଜନୀତି । ନେତାଙ୍କ ଘନଘନ ଗସ୍ତ ସହ ପ୍ରାର୍ଥୀ ମାନଙ୍କ ମାରାଥନ ପ୍ରଚାର ଭୋଟରଙ୍କ ଉପରେ କିଛି ମାତ୍ରାରେ ପ୍ରଭାବ ପକାଇଥିବା ଜଣାପଡିଛି । ତେବେ ଚଳିତ ଥର ଓଡିଶା ରାଜନୀତିକୁ ନେଇ ନୂଆ ଏକ ସମୀକରଣ ଦେଖାଦେଇଛି । ବିଜେଡିକୁ ଓଡିଶାରେ କଡା ଟକ୍କର ଦେଇଛି ବିଜେପି । ଫଳରେ ବର୍ତ୍ତମାନ ସୁଦ୍ଧା ଲୋକସଭା ସହିତ ବିଧାନସଭା ଆସନରେ ମଧ୍ୟ ବିଜେପି ଆଗରେ ରହିଛି । ତେବେ ଶେଷ ପ୍ରର୍ଯ୍ୟାୟ ଭୋଟ ଗଣତି ପରେ ହିଁ ଅସଲ ଚିତ୍ର ସାମ୍ନାକୁ ଆସିବ । ଏଥିସହିତ କିଏ ଓଡିଶାରେ ସରକାର କରିବ ତାହା ବି ସ୍ପଷ୍ଟ ହେବ ।