Sunstar TV
ଭୁବନେଶ୍ୱର : କଟକ ଝିଅଙ୍କ ସଫଳ କଥା.. ଓଡ଼ିଆ ଝିଅ ହୋଇ ଆଣିଲେ ମା’ ମାଟି ପାଇଁ ଗୌରବ । ଏସିଆ ବରହଦ ପାଇଁ ଷ୍ଟେସନ୍ ହେଡ୍ ଏବଂ ଏୟାରପୋର୍ଟ ମ୍ୟାନେଜର ଭାବରେ ନିଯୁକ୍ତ ପାଇଛନ୍ତି କଟକର ଝିଅ ଦିବ୍ୟାନୀ ଦାସ । ନିଯୁକ୍ତି ପାଇବା ପରେ ପ୍ରଥମ ମହିଳା ଭାବେ ଇତିହାସ ସୃଷ୍ଟି କରିଛନ୍ତି ଦିବ୍ୟାନି । ଏକ ଅଗ୍ରଣୀ ସ୍ୱଳ୍ପ ମୂଲ୍ୟର ବିମାନ କମ୍ପାନୀ ହେଉଛି ଏୟାର ଏସିଆ ଯାହା ଏହାର ଉତ୍କୃଷ୍ଟ ସେବା ଏବଂ ସମଗ୍ର ଏସିଆରେ ବ୍ୟାପକ ନେଟୱାର୍କ ପାଇଁ ଖୁବ ପରିଚିତ । ଏବେ ଦିବ୍ୟାନୀ ବିମାନ ବନ୍ଦର କାର୍ଯ୍ୟର ତଦାରଖ କରିବା ସହ ଗ୍ରାଉଣ୍ଡ ସେବାକୁ ସମନ୍ୱୟ କରିବେ । ଏବଂ କର୍ମଚାରୀ ପରିଚାଳନା କରିବା ସହ ଯାତ୍ରୀମାନଙ୍କ ପାଇଁ ଏକ ନିରାପଦ ଯାତ୍ରା ଅଭିଜ୍ଞତା ନିଶ୍ଚିତ କରିବେ । ଉଚ୍ଚ ନିରାପତ୍ତା ଏବଂ କାର୍ଯ୍ୟକ୍ଷମ ବିମାନବନ୍ଦର ର କାର୍ଯ୍ୟକ୍ଷମତା ଅନୁଧ୍ୟାନ କରିବା ତାଙ୍କ ଦାୟିତ୍ୱ ଅନ୍ତର୍ଭୁକ୍ତ, ଯାହା ବିମାନବନ୍ଦରର ସଫଳତା ପାଇଁ ମହତ୍ୱପୂର୍ଣ୍ଣ । ଏହି ପଦବୀ ବିମାନ ଚଳାଚଳ କ୍ଷେତ୍ରରେ ନେତୃତ୍ୱର ଗୁରୁତ୍ୱକୁ ଆଲୋକିତ କରେ ଏବଂ ଶିଳ୍ପରେ ଲିଙ୍ଗଗତ ସମାନତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସୃଷ୍ଟି କରୁଛି । କେବଳ ନିଜ ସହର କଟକ ପାଇଁ ନୁହେଁ ବରଂ ଦିବ୍ୟାନୀଙ୍କ ଏହି ସଫଳତା ବିମାନ ଚଳାଚଳ କ୍ଷେତ୍ରରେ ଆଗ ଧାଡ଼ିର ଭୂମିକା ଗ୍ରହଣ କରିବାକୁ ଚାହୁଁଥିବା ପ୍ରତ୍ୟେକ ଟି ମହିଳାମାନଙ୍କ ପାଇଁ ପ୍ରେରଣା । ନିଷ୍ଠା ଏବଂ ପରିଶ୍ରମ ଦ୍ୱାରା ଯେ ସଫଳତାର ପାଦକୁ ଚୁମ୍ବନ କରାଯାଇପାରେ ଏହି କଥା ପ୍ରମାଣ କରିବା ସହ ଅନ୍ୟ ମହିଳା ମାନଙ୍କ ପାଇଁ ଏକ ଉଦାହରଣ ସାଜିବ ।