SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଗତ କିଛି ଦିନ ହେବ ଭାରତୀୟ କ୍ରିକେଟର ଶୁଭବନଙ୍କୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । କେତେବେଳେ ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ନେଇ ତ ପୁଣି କେତେବେଳେ ସୈଫଲି ଅଲ୍ଲୀଙ୍କ ଝିଅ ସାରା ଅଲ୍ଲୀଙ୍କୁ ନେଇ । ତେବେ ଏବେ ପୁଣି ଆଉ ଜଣେ ଅଭିନେତ୍ରୀଙ୍କ ନାଁ ରେ ଯୋଡା ହେଉଛି ଶୁଭମନ୍ଙ୍କ ନାଁ । ଫଳରେ ପୁଣି ଥରେ ଲାଇମ ଲାଇଟ୍କୁ ଆସିଛନ୍ତି ଏହି ଭାରତୀୟ କ୍ରିକେଟର । ତେବେ ଶୁଭମନ୍ ଚଳିତ ବର୍ଷ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି । ସେ ବି ପୁଣି ତାଙ୍କ ଠାରୁ ୧୦ ବର୍ଷର ବଡ ଝିଅକୁ । ତେବେ କଣ ରହିଛି ପୁରା ଘଟଣା ଆସନ୍ତୁ ଜାଣିବା ।
ଭାରତୀୟ କ୍ରିକେଟର ଶୁଭମନ ଗିଲି ତାଙ୍କ ଖେଳକୁ ନେଇ ଯେତିକି ଚର୍ଚ୍ଚାରେ ରହି ନଥାନ୍ତି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଲୋକ ଲୋଚନକୁ ଆସିଥାନ୍ତି । ସେ ପୂର୍ବରୁ ମଧ୍ୟ ତାଙ୍କ ପରସନାଲ ଲାଇଫକୁ ନେଇ ଲାଇମ୍ ଲାଇଟରେ ରହିଥିଲେ । ଶୁଭମନ ସଚିନ୍ ଦେନ୍ଦୁଲକରଙ୍କ ଝିଅ ସାରାଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲେ । ଏହାପରେ ସେ ଅଭିନେତା ସୈଫଲି ଖାନ୍ ଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ଝିଅ ସହ ମଧ୍ୟ ସମ୍ପର୍କରେ ଥିବା ଚର୍ଚ୍ଚା ହେଉଥିଲା । ଏହି ଦୁଇଜଣଙ୍କ ପରେ ଏବେ ଟେଲି ଅଭିନେତ୍ରୀ ରିଦ୍ଧିମାଙ୍କ ସହ ବର୍ତ୍ତମାନ ଶୁଭମନଙ୍କ ନାଁ ଯୋଡା ହୋଇଛି । ଏମିତିକି ଉଭୟ ଚଳିତ ବର୍ଷ ଡିସେମ୍ବରରେ ମଧ୍ୟ ବିବାହ କରିବାକୁ ଯାଉଛନ୍ତି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆର ସେନ୍ସେସନ ପାଲଟିଛି । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଏହାକୁ ନେଇ ମୁଁହ ଖୋଲିଛନ୍ତି ଅଭିନେତ୍ରୀ ରିଦ୍ଧିମା । ସେ କହିଛନ୍ତି ଶୁଭମନ ଏବଂ ମୋ ବିବାହରେ କୌଣସିୁ ସତ୍ୟତା ହିଁ ନାହିଁ । ମୁଁ ଶୁଭମନଙ୍କୁ ବିବାହ କରୁନାହିଁ । ଏହା ସମ୍ପୂର୍ଣ୍ଣ ମିଛ ଏବଂ ଗୁଜବ କଥା ।
ନିକଟରେ ଏକ ରିପୋର୍ଟ ଅନଲାଇନିରେ ଭାଇରାଲ ହୋଇଥିଲା ଯେଉଁଥିରେ କୁହାଯାଇଥିଲା, ‘ବୋହୂ ହମାରି ରଜନୀକାନ୍ତ’ ଅଭିନେତ୍ରୀ ଡିସେମ୍ବର ୨୦୨୪ରେ ଶୁବମନଙ୍କୁ ବିବାହ କରିବେ। ଏହାକୁ ନେଇ ରିଦ୍ଧିମା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ସେ କହିଛନ୍ତି, ମୁଁ ଶୋଇ ଉଠିଲା ବେଳକୁ ସକାଳୁ ମୋତେ ସାମ୍ବାଦିକମାନେ ମୋ’ ବିବାହ ବିଷୟରେ ପଚାରିବାରୁ ମୁଁ ତାଙ୍କୁ ପଚାରିଲି କେଉଁ ବିବାହ? ମୁଁ ବିବାହ କରୁନାହିଁ ଏବଂ ଯଦି ମୋ ଜୀବନରେ ଏହିପରି କିଛି ବିଶେଷ ଘଟଣା ଘଟେ, ତେବେ ମୁଁ ନିଜେ ଏହାକୁ ଘୋଷଣା କରିବି।ରିଦ୍ଧିମା ଆହୁରି କହିଛନ୍ତି, ଏହି ଖବରରେ କୌଣସି ସତ୍ୟତା ନାହିଁ।
ବୋହୂ ହମାରି ରଜନୀକାନ୍ତ’ରୁ ରିଦ୍ଧିମାଙ୍କୁ ବହୁ ଲୋକପ୍ରିୟତା ମିଳିଥିଲା। ସେ ଏହି ଶୋ’ ଜରିଆରେ ରାତାରାତି ଷ୍ଟାର ପାଲଟିଥିଲେ। ଏଥିରେ ସେ ଏକ ରୋବଟ ଭୂମିକାରେ ଅଭିନୟ କରିଥିଲେ। ‘ଖତରା ଖତରା ଖତରା’ ଭିଳି ଟିଭି ଶୋ ପାଇଁ ରିଦ୍ଧିମା ଜଣାଶୁଣା। ତାଙ୍କୁ ବିଗବସ ଓଟିଟିର ପ୍ରଥମ ସିଜନରେ ମଧ୍ୟ ଦେଖିବାକୁ ମିଳିଥିଲା।