SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ପୁଷ୍ପା ୧ ପରେ ଏବେ ପୁଷ୍ପା ୨ର କ୍ରେଜ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଦଖିବାକୁ ମିଳୁଛି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆର ସେନ୍ସେସନ ପାଲଟିଛି । ପୁଷ୍ପା ୨ ଫିଲ୍ମ ଚଳିତ ବର୍ଷ ଅଗଷ୍ଟ ୧୫ରେ ରିଲିଜ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ରିଲିଜ ହୋଇଛି ସେହି ଚଳଚ୍ଚିତ୍ରର ଆଉ ଏକ ଗୀତ । ଯେଉଁଥିରେ ବିୟୁଟି କୁଇନ୍ ରଶ୍ମୀକା ମନ୍ଦନା ଏବଂ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଏକାଠି ଦେଖିବାକୁ ମିଳିଛି । ପୁଷ୍ପା ୨ର ପ୍ରଥମ ଗୀତ ପୁଷ୍ପା -ପୁଷ୍ପା ଲୋକଙ୍କ ହୃଦୟ ଜିତିଥିବା ବେଳେ ମେ ୨୯ରେ ରିଲିଜ ହୋଇଛି ଏହାର ଆଉ ଏକ ଗୀତ । ଯାହାର ନାଁ ରହିଛି ଅଙ୍ଗାରୋଁ । ଯେଉଁଥିରେ ଶ୍ରୀବଲି ଏବଂ ପୁଷ୍ପାଙ୍କ ଜବର ଦସ୍ତ ରୋମାନ୍ସ ଦେଖିବାକୁ ମିଲିଛି । ତେବେ ସୋସିଆଲ ମିଡିଆରେ ଏହି ଭିଡିଓଟି ବର୍ତ୍ତମାନ ଟ୍ରେଣ୍ଡ କରୁଥିବା ଜଣା ପଡିଛି ।
ପୁଷ୍ପା ଦ ରାଇସ୍ ମ୍ୟାନ୍ରେ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମୀକାଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିବା ବେଳେ ପୁଣି ଥରେ ପରଦାରେ ଧମାଲ କରିୁବାକୁ ଯାଉଛି ଏହି ସୁପରଷ୍ଟାର ଯୋଡି । ଯାହାକୁ ନେଇ ଫ୍ୟାନ୍ସମାନେ ବେଶ ଉତ୍ସାହିତ ଅଛନ୍ତି । ସେମାନେ ଉତ୍କଣ୍ଠାର ସହିତ ସେହି ଦିନକୁ ଅପେକ୍ଷା କରିଛନ୍ତି ଯେଉଁଦିନ ଦେଶର ବିଭିନ୍ନ ପ୍ରେକ୍ଷଳୟରେ ମୁକ୍ତିଲାଭ କରିବ ପୁଷ୍ପା ୨ । ଏହି ଚଳଚିତ୍ର ମଧ୍ୟ ସୁପର ହିଟ୍ ହେବ ବୋଲି ଆଜିଠୁ ସବୁଠି ଚର୍ଚ୍ଚା ହେଲାଣି । ତା ଉପରେ ପୁଷ୍ପା ୨ର ଆଉ ଏକ ଗୀତ ରିଲିଜ ଏହି ଚର୍ଚ୍ଚାକୁ ଅଧିକ ଖେରାକ ଯୋଗାଇଛି । ବର୍ତ୍ତମାନ ପୁଷ୍ପା ୨ର ଏହି ଅଙ୍ଗାରୋଁ ଗୀତଟିର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପୁଷ୍ପା: ଦ ରୁଲ’ ନିର୍ମାତାମାନେ ଏହି ଗୀତର ଲିରିକ୍ ଭିଡିଓ ରିଲିଜ୍ କରିଛନ୍ତି। ଗୀତର ସମ୍ପୂର୍ଣ୍ଣ ପ୍ରସ୍ତୁତି ଭିଡିଓରେ ଦର୍ଶାଯାଇଛି ଏବଂ ଅଙ୍ଗାରୋଁ ଗୀତର ଲିରିକ୍ସ ମଧ୍ୟ ପୃଷ୍ଠଭୂମିରେ ଶୁଣିବାକୁ ମିଳୁଛି । ପୁଷ୍ପା ୨ ର ଏହି ଭିଡିଓରେ ଅଲ୍ଲୁ ଅର୍ଜୁନ ଏବଂ ଶ୍ରୀବଲୀ ଫିଲ୍ମର ପୁରା ଟିମ୍ ସହି ଗୀତର ସୁଟିଂ କରୁଥିବା ନଜର ଆସିଛନ୍ତି ।
ନିର୍ମାତାମାନେ ୬ଟି ଭାଷାରେ ‘ପୁଷ୍ପା ୨ ଦ ରୁଲ’ର ଏହି ଦ୍ୱିତୀୟ ଟ୍ରାକ ରିଲିଜ୍ କରିଛନ୍ତି ।ଫ୍ୟାନ୍ସଙ୍କ କହିବା କଥା ପୁଷ୍ପା ଦ ରାଇସ ମ୍ୟାନରେ ଯେମିତି ଏକ ଡାଇଲକ୍ “ପୁଷ୍ପା ଝୁକେଗା ନେହିଁ “ ଦର୍ଶକଙ୍କ ହୃଦୟ ଜିତିଥିଲା ପୁଷ୍ପା –୨ ଅର୍ଥାତ ‘ପୁଷ୍ପା: ଦ ରୁଲ’ ରେ ମଧ୍ୟ ସେମିତି କିଛି ଡାଇଲଗ ରହିଛି । ଯହା ଦୀର୍ଘ ଦିନ ଧରି ଟ୍ରେଣ୍ଡ କରିବ । ତେବେ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫ ତାରିଖରେ ଏହି ଚଳଚ୍ଚିତ୍ର ରିଲିଜ ହେବା ପରେ ହିଁ ଜଣା ପଡିବ ଏହା ପୁଷ୍ପା -୧କୁ ଟକ୍କର ଦେଇ ପାରୁଛି ନା ନାହିଁ ।