SUNSTARTV
ସନଷ୍ଟାରଟିଭି ବ୍ୟୁରୋ : ଆଜକୁ ଠିକ୍ ୩ଦିନ ତଳେ ପୁରୀରେ ଘଟିଥିଲା ଭୟଙ୍କର ବାମ ବିସ୍ଫୋରଣ । ମାହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସମୟରେ ଲାଗିଥିଲା ନିଆଁ । ଫଳରେ ଲୋକଙ୍କ ଆର୍ତ୍ତ ଚିତ୍କାରରେ କମ୍ପି ଉଠିଲା ଜଗନ୍ନାଥ ଧାମ ପୁରୀ । କିଏ ଜୀବନ ବିକଳରେ ପୋଖରିକୁ ଡେଇଁ ପଡିଲା ତ ଆଉକିଏ ସେଇଠି ଆଖି ବୁଜିଲା । ତେବେ ଏହି ବାଣ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଯାହାକୁ ଦେଖିଲେ ଆପଣଙ୍କ ରୁମମୂଳ ଟାଙ୍କୁରି ଉଠିବ । ତେବେ ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ୨ ଜଣଙ୍କ ଜୀବନ ଦୀପ ସବୁଦିନ ପାଇଁ ଲିଭିଯାଇଛି । ଫଳରେ ଏହି ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୧୧କୁ ବୃଦ୍ଧି ପାଇଛି । ଆହୁରି ୧୯ ଜଣ ଆହତ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।
ଗତ ବୁଧବାର ରାତିରେ ଚାଲିଥିଲା ମହାପ୍ରଭୁଙ୍କ ଚାପ ଖେଳ । ଠିକ୍ ଏହି ସମୟରେ କେହି କିଛି ବୁଝିବା ଆଗରୁ ଘଟିଯାଇଥିଲା ବଡ ଅଘଟଣ । ପୁଷ୍କରିଣୀ ଚାରିପଟେ ହଜାର ହଜାର ଲୋକେ ଉପସ୍ଥିତ ଥିବାବେଳେ ହଠାତ ବାଣ ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ ପାଖାପାଖି ୩୦ ଜଣ ପୋଡି ହୋଇଯାଇଥିଲେ। ସେମାନଙ୍କୁ ତୁରନ୍ତ ପୁରୀ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ବର୍ଣ୍ଣ କେୟାର ନଥିବାରୁ ସେମାନଙ୍କୁ କଟକ ଓ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଏବେ ବିଭିନ୍ନ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ପୁରୀ ବିସ୍ଫୋରଣ ଘଟଣାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି । ତେବେ ପୁରୀ ଜିଲ୍ଲାପାଳ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଦିଗରେ ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କା ପ୍ରଦାନ ପାଇଁ ପଦକ୍ଷେପ ନେଇଛନ୍ତି । ବର୍ତ୍ତମାନ ଆହୁରି ୧୯ ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱର, କଟକ, ପୁରୀର ବିଭିନ୍ନ ସରକାରୀ ଏବଂ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାର ସ୍ଥିତି ଉପରେ ରାଜ୍ୟ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି କୁହାଯାଇଛି । ଅନ୍ୟପଟେ ଏହି ଅଘଟଣର ତଦନ୍ତ ମଧ୍ୟ କରାଯାଇଛି ।